Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଏମିତି ନକଲେ ବିରାଟ କୋହଲିଙ୍କୁ ଛାଡିବାକୁ ପଡିବ ଅଧିନାୟକ ପଦ, ଏମିତି କାହିଁକି କହିଲେ ପୂର୍ବତନ ବରିଷ୍ଠ ଖେଳାଳି

23/01/2021 at 5:54 PM

ଲଣ୍ଡନ ୨୩।୦୧: ସଂପ୍ରତି ଭାରତର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ୨୦୧୭ରେ ପୂର୍ବତନ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହଙ୍କ ସ୍ଥାନରେ ଦଳର ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇଥିଲା। ଏହା ପରଠୁ ସେ ତିନୋଟି ଫର୍ମାଟରେ ଦଳର ଅଧିନାୟକ ରହିଛନ୍ତି। ବିରାଟ କୋହଲି ପିତୃତ୍ଵ ଅବକାଶ ଯୋଗୁଁ ଅଷ୍ଟ୍ରେଲିଆରେ ଆୟୋଜିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ପରେ ସ୍ଵଦେଶ ଫେରିଥିଲେ। ଏହା ପରେ ଦଳର ଅଧିନାୟକ ଦାୟିତ୍ଵ ଆଜିଙ୍କ୍ୟ ରାହାଣେ ସମ୍ଭାଳିଥିଲେ। ତାଙ୍କ ନେତୃତ୍ଵରେ ଦଳ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ପରାସ୍ତ କରି ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତି ଇତିହାସ ରଚିଛି।

ହେଲେ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହି ଐତିହାସିକ ବିଜୟର ଶ୍ରେୟ ବିରାଟ କୋହଲିଙ୍କୁ ମଧ୍ୟ ଦେଇଛନ୍ତି। ଭାରତକୁ ଏବେ ଆଗାମୀ ଦୁଇ ବର୍ଷରେ ଆଇସିସିର ଦୁଇଟି ବଡ ଟୂର୍ଣ୍ଣାମେଣ୍ଟ ଖେଳିବାର ଅଛି। ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ମାନେସର ବିରାଟ କୋହଲିଙ୍କ ଅଧିନାୟକତ୍ଵକୁ ନେଇ ବଡ ବୟାନ ଦେଇଛନ୍ତି।

ପୂର୍ବତନ ବାମହାତୀ ସ୍ପିନର କହିଛନ୍ତି, ଯଦି ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ଵକପ୍ ଓ  ଟି-୨୦ ବିଶ୍ଵ କପ୍ ମଧ୍ୟରୁ ଗୋଟିଏରେ ଚମ୍ପିଆନ ନହୁଏ ତେବେ ତାଙ୍କୁ ଅଧିନାୟକ ପଦ ଛାଡିବାକୁ ପଡିବ। ମଣ୍ଟି ମାନେସରଙ୍କ ଅନୁଯାୟୀ, ଯଦି ଏମିତି ନହୁଏ ତେବେ ଅଧିନାୟକ ନେଇ କୋହଲିଙ୍କ ଉପରେ ପ୍ରଶ୍ନ ଉଠିବ। ସେ ଭଲ ନେତୃତ୍ଵ ନେଉଛନ୍ତି ମାତ୍ର ତାଙ୍କୁ ନିଜ ଘରୋଇ ମାଟିରେ ହେବାକୁ ଥିବା ଦୁଇଟି ବିଶ୍ଵ କପ୍‌ରୁ ଗୋଟିଏରେ ଟାଇଟଲ୍‌ ଜିତିବାକୁ ପଡିବ।

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ରେ ଦମଦାର ପ୍ରଦର୍ଶନ କରିଛି। ଦଳ ଲର୍ଡ୍ସ ପଡିଆରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ସ୍ଥାନ ପାଇବା ପାଇଁ ନିକଟତର ହୋଇଛି। ମାତ୍ର ତାଙ୍କ ନେତୃତ୍ଵରେ ଭାରତ ଗୋଟିଏ ହେଲେ ଆଇସିସି ଟୂର୍ଣ୍ଣାମେଣ୍ଟ ଜିତି ନାହିଁ। ଭାରତ ଶେଷ ଥର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ନେତୃତ୍ଵରେ ୨୦୧୩ରେ ଚମ୍ପିଆନ୍ସ ଟ୍ରଫି ଜିତିଥିଲା। ବିରାଟଙ୍କ ନେତୃତ୍ଵରେ ଭାରତ ୨୦୧୭ରେ ଚମ୍ପିଆନ୍ସ ଟ୍ରଫି ଓ ୨୦୧୯ରେ ଦିନିକିଆ ବିଶ୍ଵ କପ୍ ଜିତି ପାରିନଥିଲା।

   Related Posts