Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ନାସିର ହୁସେନ ବାଛିଲେ ନିଜର ଆଇପିଏଲ ୨୦୨୦ ଟିମ୍, ରୋହିତ-ବିରାଟଙ୍କୁ ଦେଲେନି ଜାଗା, ଏହି ଖେଳାଳିଙ୍କୁ କଲେ ଅଧିନାୟକ

13/11/2020 at 3:52 PM

ନୂଆଦିଲ୍ଲୀ ୧୩।୧୧: ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ନିକଟରେ ସଂପନ୍ନ ଆଇପିଏଲ ୨୦୨୦ ପାଇଁ ନିଜର ଦଳ ଗଠନ କରିଛନ୍ତି। ଦୁବାଇରେ ଖେଳାଯାଇଥିବା ୧୩ତମ ସଂସ୍କରଣର ଫାଇନାଲ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରି ପଞ୍ଚମ ଥର ଟାଇଟଲ ନିଜ ନାମର କରିଛି। କାରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲ ସେପ୍ଟେମ୍ବର ୧୯ରେ ନଭେମ୍ଵର ୧୦ ପର୍ଯ୍ୟନ୍ତ ୟୁଏଇରେ ଜୈବ ବିବିଧତା ମଧ୍ୟରେ ଖେଳା ଯାଇଛି।

ଟୂର୍ଣ୍ଣାମେଣ୍ଟ ସମାପ୍ତ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ  ଆଇପିଏଲ ୨୦୨୦ର ଖେଳାଳି ଏକାଦଶ ପ୍ରସ୍ତୁତ କରିଛନ୍ତି। ଏହି ଖେଳାଳି ଏକାଦଶରେ ନାସିର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସ୍ଥାନ ଦେଇ ନାହାନ୍ତି। ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ଥର ଆଇପିଏଲ ଜିତାଇଥିବା ଅଧିନାୟକ ରୋହିତ ଶର୍ମା ଏହି ଏକାଦଶରେ ନରହିବା ସମସ୍ତଙ୍କୁ ଚକିତ କରିଛି। ନାସିର ନିଜର ଟିମ୍‌ରେ ଓପନର ଭାବେ କିଙ୍ଗ୍ସ ଏକାଦଶ ପଞ୍ଜାବର ଲୋକେଶ ରାହୁଲ ଓ ଦିଲ୍ଲୀ  କ୍ୟାପିଟାଲ୍ସର ଶିଖର ଧାଓ୍ଵନଙ୍କୁ ଚୟନ କରିଛନ୍ତି।

ନାସିର ନିଜର ଆଇପିଏଲ ୨୦୨୦ ଟିମ୍‌ର ଅଧିନାୟକ କେଏଲ ରାହୁଲଙ୍କୁ କରିଛନ୍ତି। ଯାହା ଚକିତକର ହୋଇଛି। ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ସେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରିଥିବ ବେଳେ ଚତୁର୍ଥ ଅର୍ଡର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଷନଙ୍କୁ ଚୟନ କରିଛନ୍ତି। ସୁର୍ଯ୍ୟକୁମାର ଯାଦବଙ୍କ ଚଳିତ ଆଇପିଏଲରେ ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ସେ ୧୬ଟି ମ୍ୟାଚ୍‌ରେ ୧୪୦ ଷ୍ଟ୍ରାଇକ୍‌ ରେଟ୍‌ରେ ୪୮୦ ରନ କରିଥିଲେ।

ନାସିର ଷଷ୍ଠ ନମ୍ବର ପାଇଁ ବ୍ୟାଟସମ୍ୟାନ ତଥା ଓ୍ଵିକେଟ୍ କିପିଂ ପଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏବି ଡିଭିଲିୟର୍ସଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ଅନ୍ୟପଟେ ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ବୋଲର ଭାବେ ଜୋଫ୍ରା ଆର୍ଚର, ରାଶିଦ ଖାନ, କାଗିସୋ ରାବଡା, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ସାମିଲ କରାଯାଇଛି।

ନାସିର ହୁସେନଙ୍କ ଆଇପିଏଲ ୨୦୨୦ର ଟିମ୍

କେଏଲ ରାହୁଲ(ଅଧିନାୟକ), ଶିଖର ଧାଓ୍ଵନ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ଏବି ଡିଭିଲିୟର୍ସ(ଓ୍ଵିକେଟ୍ କିପର) ହାର୍ଦ୍ଦିକ ପାଣ୍ଡ୍ୟା, ଜୋଫ୍ରା ଆର୍ଚର, ରାଶିଦ ଖାନ, କାଗିସୋ ରାବଡା, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ।

   Related Posts