Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୧୩ ଏନକାଉଣ୍ଟର କରିଥିବା ପ୍ରଦୀପ ଶିବସେନାରେ ସାମିଲ, ମିଳିପାରେ ନାଲାସୋପାରା ସିଟ୍ ରୁ ଟିକେଟ୍

ମୁମ୍ବଇ:  ପୂର୍ବତନ ମୁମ୍ବାଇ କ୍ରାଇମବ୍ରାଞ୍ଚ ମୁଖ୍ୟ ପ୍ରଦୀପ ଶର୍ମା ଶିବସେନାରେ ସାମିଲ ହୋଇଛନ୍ତି। ପୋଲିସ ଅପରାଧ ଶାଖାରେ କାର୍ଯ୍ୟ କରୁଥିବା ବେଳେ ପ୍ରଦୀପ ପ୍ରାୟ ୧୧୩ଟି ଏନକାଉଣ୍ଟର କରିଛନ୍ତି।  ତେବେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ସେ ରାଜନୀତି ପ୍ରତି ଆଗ୍ରହୀ ହୋଇଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜେ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। କୁହାଯାଉଛି ତାଙ୍କୁ ଶିବସେନା ନାଲାସୋପାରା ବିଧାନସଭା ଆସନରୁ ତାଙ୍କୁ ଟିକେଟ୍ ଦେଇପାରେ।

ଅବକାଶ ପୂର୍ବରୁ ପ୍ରଦୀପ ଠାଣେ ଗୁଣ୍ଡାଚାନ୍ଦା ବିରୋଧୀ ସ୍କ୍ୱାର୍ଡର ମୁଖ୍ୟ ଥିଲେ। ସେ ମୁମ୍ବାଇ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହୀମର ଭାଇ ଇକବାଲ କାସ୍କରକୁ ଗିରଫ କରିଥିଲେ। ଏକ ମିଥ୍ୟା ଏନକାଉଣ୍ଟର ମାମଲାରେ ରାଜ୍ୟ ସରକାର ପ୍ରଦୀପ ଶର୍ମାଙ୍କୁ ୨୦୦୮ ମସିହାରେ ଚାକିରୀରୁ ବାହାର କରିଦେଇଥିଲେ। ତେବେ ସେସନ୍ସ କୋର୍ଟ ୨୦୧୩ ମସିହାରେ ତାଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିବାରୁ ୨୦୧୭ ମସିହାରେ ସରାକର ପୁଣି ଚାକିରୀରେ ମୁକରିର କରିଥିଲେ। ହେଲେ ଶର୍ମା ଅବସର ପୂର୍ବରୁ ହିଁ ଚାକିରୀ ଛାଡି ଦେଇଛନ୍ତି।

ମୁମ୍ବାଇର ନାଲାସୋପାରା ଅଞ୍ଚଳରେ ପ୍ରଦୀପଙ୍କର ଖାସ୍ ପ୍ରଭାବ ରହିଛି। ତାଙ୍କ ଦ୍ୱାରା ସ୍ଥାପିତ ଏନଜିଏ ପିଏସ୍ ଫାଉଣ୍ଡେସନ ଏଠାରେ ଅନେକ ବର୍ଷରୁ ସାମାଜିକ ଗତିବିଧି ସହ ଜଡିତ। ୨୦୦୮ ମସିହାରେ ପ୍ରଦୀପ ଚାକିରୀରୁ ବହିଷ୍କାର ହେବା ପରେ ସ୍ଥାପନା କରିଥିଲେ। ଗତ ରକ୍ଷାବନ୍ଧନରେ ନାଲାସୋପାରା ଅଞ୍ଚଳର ୧୨ ହଜାରରୁ ଅଧିକ ମହିଳା ତାଙ୍କୁ ରାଖୀ ବାନ୍ଧିଥିଲେ। ଏଥରୁ ପ୍ରଦୀପଙ୍କର ଲୋକପ୍ରୀୟତା କେତେ ତାହା ସହଜରେ ଅନୁମାନ କରାଯାଇପାରେ।

239 Views

   ସମ୍ବନ୍ଧିତ ଖବର