ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ

Published By : Prameya-News7 Bureau | August 22, 2020 IST

ଭଦ୍ରକ ୨୨।୮: ଭଦ୍ରକ ସାଂସଦଙ୍କ ସ୍ବାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ ହୋଇଛନ୍ତି । ଟ୍ବିଟ୍ କରି ପୂର୍ବତନ ବିଧାୟକ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ।

ତେବେ ମୁକ୍ତିକାନ୍ତ ମଣ୍ଡଳ ସୁସ୍ଥ ଅଛନ୍ତି ଏବଂ ହୋମ୍ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ସହ କୋଭିଡ୍ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.