Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପୋଲିସରୁ ରାଜନେତା ଆଉ ଏବେ ପ୍ରବଚକ, ନୂଆ ରୂପକୁ ନେଇ ପୂର୍ବତନ ଡିଜିପି କହିଲେ- ଇଶ୍ବରଙ୍କ ଚରଣରେ ସ୍ଥାନ ପାଇବା ମଣିଷର ଶେଷ ଇଚ୍ଛା

27/06/2021 at 9:14 PM

ପାଟନା ୨୭/୬: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଏବେ ନିଜର ନୂଆ ଅବତାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏବେ ପ୍ରବଚକ ସାଜିଛନ୍ତି। ପ୍ରଥମେ ପୋଲିସ ପରେ ରାଜନେତା ଆଉ ଏବେ ପ୍ରବଚକ ହେବାକୁ ନେଇ ସେ ବିହାର ସମେତ ପୂରା ଦେଶରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ତେବେ ତାଙ୍କର ନୂଆ ରୂପ ମିଡିଆରେ ଦେଖାଯିବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି , ଯେଉଁମାନେ ମୋତେ ଜାଣିନାହାନ୍ତି ସେମାନଙ୍କ ପାଇଁ ମୋର ଏହି ନୂଆ ଅବତାର। ଯେଉଁମାନେ ଜାଣିଛନ୍ତି ତାଙ୍କ ପାଇଁ ଏହା ସାଧାରଣ କଥା।

ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଏବିପି ନ୍ୟୁଜ୍‌କୁ କହିଛନ୍ତି,  ମୋର ୧୪ ବର୍ଷ ବୟସରୁ ମୁଁ ହନୁମାନ ଜୟନ୍ତୀ ଏବଂ ବିଭିନ୍ନ ମନ୍ଦିରରେ ପ୍ରବଚନ ଦେଇଆସୁଛି। ଆଧ୍ୟାତ୍ମିକ ଜ୍ଞାନରେ ମୋର ପିଲା ବେଳୁ ରୁଚି ରହିଛି। ଏଥିରେ ନୂଆ କିଛି ନାହିଁ। ଚାକିରୀ ସମୟରେ ବିଭିନ୍ନ ଅନୁଷ୍ଠାନରେ ଅଂଶଗ୍ରହଣ କରିଛି। କିନ୍ତୁ ଡ୍ୟୁଟି ସମୟରେ ଏଭଳି କଥା କହିବାକୁ ଅନୁମତି ନଥିଲା ତେଣୁ ମୁଁ କହୁନଥିଲି ବୋଲି ସେ କହିଛନ୍ତି।

ପୂର୍ବତନ ଡିଜିପି ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମାନେ ଯେ ଇଶ୍ବରଙ୍କ ଚରଣରେ ସ୍ଥାନ ପାଇବା ମଣିଷର ଶେଷ ଇଚ୍ଛା। ଏଥିରେ ନ୍ୟୁଜ୍‌ କରିବାର କିଛି ନାହିଁ। କିନ୍ତୁ ମିଡିଆକୁ ଧନ୍ୟବାଦ ସେ ମୋର ବ୍ୟକ୍ତିଗତ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇଲା। ଏବେ ଭଗବାନଙ୍କ ବ୍ୟତୀତ ଅନ୍ୟ କୌଣସିରେ ରୁଚି ନାହିଁ। ରାଜନୀତି ବହୁତ ଛୋଟ ପ୍ରସଙ୍ଗ।’

କହିରଖୁଛୁ, ମୁମ୍ବାଇରେ ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଚର୍ଚ୍ଚାରେ ଥିବା ଗୁପ୍ତେଶ୍ବର ପାଣ୍ଡେ ବିହାର ନିର୍ବାଚନ ପୂର୍ବରୁ ବିହାର ପୋଲିସ ବିଭାଗରୁ ଭିଆରଏସ୍‌ ନେଇ ଜେଡିୟୁରେ ସାମିଲ ହୋଇଥିଲେ। ତାଙ୍କର ଆଶା ଥିଲା ଜେଡିୟୁରୁ ଟିକେଟ୍‌ ମିଳିବ। କିନ୍ତୁ ତାଙ୍କୁ ଟିକେଟ ନମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ନିର୍ବାଚନ ପରେ ବିହାରରେ ନୀତିଶ କୁମାରଙ୍କ ସରକାର ଆସିବା ପରେ ସେ ଭାବିଥିଲେ ଟିକେଟ ନହେଲା ନାହିଁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

   Related Posts