Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ନୂଆ ଅବତାର: ରବୀନ ହୁଡ୍ ପରେ ଏବେ ପ୍ରବଚକ

24/06/2021 at 7:17 PM

ପାଟନା ୨୪/୦୬ : ବିହାର ପୋଲିସର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ନେଇ ପୁଣି ଚର୍ଚ୍ଚା ହେଉଛି। ଏଥର ସେ ଜଣେ ପ୍ରବଚକ ଅବତାରରେ ନଜର ଆସିଛନ୍ତି। ଗୁପ୍ତେଶ୍ୱର ପାଣ୍ଡେ ଏକ ବ୍ୟାନର ମାଧ୍ୟମରେ ଶ୍ରୀମଦ୍ ଭଗବତ ବଚନ ଅମୃତ ସମ୍ପର୍କରେ ସେୟାର କରିଛନ୍ତି। ବ୍ୟାନରରେ ଗୋଟିଏପଟ ରାଧା କୃଷ୍ଣଙ୍କ ଫଟୋ ଓ ଅନ୍ୟ ପାର୍ଶ୍ୱରେ ଗୁପ୍ତେଶ୍ୱର ପାଣ୍ଡେଙ୍କ ଫଟୋ ରହିଛି। ପ୍ରବଚନ ଅବଧି ଜ୍ୟେଷ୍ଠ ଶୁକ୍ଳ ପଞ୍ଚମି ଠାରୁ ହରି ଇଛା ଯାଇଁ ଦର୍ଶାଯାଇଛି। ବ୍ୟାନରରେ କୁହାଯାଇଛି ଯେ ଏହି କାହାଣୀ ଅନଲାଇନ୍ ମାଧ୍ୟମରେ ପ୍ରସାରିତ ହେବ। ବ୍ୟାନର ଶେଷରେ ଜୁମ୍ ଆଇଡି ଏବଂ ଏହାର ପାସୱାର୍ଡ ମଧ୍ୟ ଦିଆଯାଇଛି। ଯେଉଁମାନେ ଏହି ପ୍ରବଚନ ଶୁଣିବାକୁ ଚାହାଁନ୍ତି, ସେମାନେ ଏହି ID ଏବଂ ପାସୱାର୍ଡ ସହିତ ଲଗ୍ ଇନ୍ କରିପାରିବେ।

ଚର୍ଚ୍ଚାକୁ ଆସିବା କିମ୍ବା ନିଜର ଉପସ୍ଥିତି ଜାହିର କରିବା ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ପାଣ୍ଡେ ଡିଜିପି ପଦରୁ ଇସ୍ତଫା ଦେବା ପରେ ଜେଡିୟୁରେ ଯୋଗ ଦେଇଥିଲେ। କିନ୍ତୁ ଟିକେଟ୍ ନ ମିଳିବାରୁ ସେ ନିର୍ବାଚନ ଲଢ଼ି ନଥିଲେ। ବର୍ତ୍ତମାନ ସେ ଜଣେ ପ୍ରବଚକ।

ଗତ ବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ‘ଔକାତ’ ବୟାନ ଦେବା ସହ ଜଣେ ସାମ୍ବାଦିକଙ୍କ ସହ ଅସଦାଚରଣ କରିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ସେ ମୁମ୍ବାଇ ପୋଲିସର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବିହାର ପୋଲିସ ସହ ହୋଇଥିବା ଅସଦାଚରଣକୁ ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ପରେ ସୁଶାନ୍ତ ସିଂ ମାମଲାରେ ସିବିଆଇ ଯାଞ୍ଚରେ ସେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୮୭ ବ୍ୟାଚ୍ ଆଇପିଏସ୍ ଗୁପ୍ତେଶ୍ୱର ପାଣ୍ଡେ ବିହାରର ୨୬ ଟି ଜିଲ୍ଲାର ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ବକ୍ସର ଜିଲ୍ଲାର ଏକ ଛୋଟ ଗାଁ ଗେରୁଆରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତା ଜଗଦୀଶ ପାଣ୍ଡେ ଜଣେ କୃଷକ ଓ ମାତା ଗଙ୍ଗାଜାଲା। ତାଙ୍କର ଦୁଇ ଭାଇ ଏବଂ ଭଉଣୀ ଅଛନ୍ତି। ଗୁପ୍ତେଶ୍ୱର ପାଣ୍ଡେଙ୍କ ପତ୍ନୀ ଚିନ୍ତା ଦେବୀ ଜଣେ ଗୃହିଣୀ। ତାଙ୍କର ପାଞ୍ଚ ସନ୍ତାନ, ତିନି ଝିଅ ଏବଂ ଦୁଇ ପୁଅ।

୧୯୯୩-୯୪ ମସିହାରେ ବେଗୁସରାଇରେ ଓ ୧୯୯୫-୯୬ ରେ ଜହାନାବାଦରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେତେବେଳେ ବେଗୁସରାଇ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲା ଥିଲା ଏବଂ ସାତରୁ ଆଠ ମାସ ମଧ୍ୟରେ ସେ ୪୨ ଅପରାଧୀଙ୍କର ଏନକାଉଣ୍ଟର କରିଥିଲେ। କିନ୍ତୁ ୨୦୧୨ ମୁଜାଫରପୁରର ୧୩ ବର୍ଷର ନାବାଳିକା ନବରୁଣା ହତ୍ୟା ମାମଲାରେ ଗୁପ୍ତେଶ୍ୱର ପାଣ୍ଡେ ବିବାଦୀୟ ହୋଇଥିଲେ। ୨୦୧୪ ମସିହାରେ ଗୁପ୍ତେଶ୍ୱର ପାଣ୍ଡେ ଏବଂ ବିହାର ପୋଲିସର ଦୁଇ କର୍ମଚାରୀଙ୍କ ବିରୋଧରେ ସିବିଆଇ ନବରୁଣା ମାମଲାର ଯାଞ୍ଚ କରାଯାଇଥିଲା।

ଗୁପ୍ତେଶ୍ୱର ପାଣ୍ଡେ ସୋସିଆଲ ମିଡ଼ିଆରେ ଚୁଲବୁଲ ପାଣ୍ଡେ ଭାବେ ଜଣାଶୁଣା। ସେ ରବୀନ ହୁଡ଼ଙ୍କ ଛବିକୁ ବହୁତ ପସନ୍ଦ କରନ୍ତି ବୋଲି କୁହାଯାଏ। ଏବେ ପୁଣି ପ୍ରବଚକ ହୋଇ ସେ ଚର୍ଚ୍ଚାକୁ ଆସିଛନ୍ତି।

   Related Posts