Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଆଜି ଜେଡିୟୁରେ ଯୋଗ ଦେବେ ପୂର୍ବତନ ଡିଜିପି ଗୁପ୍ତେଶ୍ଵର ପାଣ୍ଡେ, ଲଢିବେ ବିଧାନସଭା ନିର୍ବାଚନ !

27/09/2020 at 4:02 PM

ପାଟନା ୨୭।୦୯: ସ୍ଵେଚ୍ଛାକୃତ ଅବସର ନେଇଥିବା ବିହାରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହେବେ। ସେ ସନ୍ଧ୍ୟା ୫ଟାରେ ପାଟନା ସ୍ଥିତ ଜେଡିୟୁ କାର୍ଯ୍ୟାଳୟରେ ଦଳରେ ଯୋଗ ଦେବେ। ଅବସର ନେବା ପରଠୁ ତାଙ୍କର ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଥିଲା ଏବଂ ଆଜି ସେ ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ରେ ଯୋଗ ଦେଇ ରାଜନୈତିକ ଜୀବନ ଆରମ୍ଭ କରିବେ। ଏହା ପୂର୍ବରୁ ସେ ଶନିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ସାକ୍ଷାତ କରିଥିଲେ।

ଏହା ପୂର୍ବରୁ ଗୁପ୍ତେଶ୍ଵର ପାଣ୍ଡେ ବୁଧବାର କହିଥିଲେ ଯେ, ନା ମୁଁ ବର୍ତ୍ତମାନ କୌଣରି ରାଜନୈତିକ ପାର୍ଟିରେ ସାମିଲ ହୋଇଛି ନା  ମୁଁ ରାଜନୈତିକ ବ୍ୟକ୍ତି। ଯେବେ ମୁଁ ରାଜନୀତିକୁ ଯିବାକୁ ସ୍ଥିର କରିବି ଏବଂ କେଉଁ ଦଳରେ ଯୋଗ ଦେବି ତାହା ନିଶ୍ଚିତ ଭାବେ ଜଣାଇବେ ବୋଲି କହିଥିଲେ। ଆଜି ଦଳରେ ଯୋଗ ଦେବା ପରେ ତାଙ୍କର ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ପାଣ୍ଡେ କହିଥିଲେ, ମୁଁ ସେବାର ନିୟମରେ ବନ୍ଧା ବ୍ୟକ୍ତି ନୁହେଁ। ବର୍ତ୍ତମାନ ମୁଁ ଜଣେ ସ୍ଵାଧୀନ ବ୍ୟକ୍ତି। ଯଦି ମୁଁ ଚାହିଁବି ତେବେ ଦେଶର ଅନ୍ୟ ସାଧାରଣ ନାଗରିକଙ୍କ ପରି ନିର୍ବାଚନ ଲଢି ପାରିବି। ମୁଁ ବର୍ତ୍ତମାନ ଶତାଧିକ ଲୋକଙ୍କୁ ଭେଟିବାକୁ ଉତ୍ସୁକ। ସେ ବିଭିନ୍ନ ଜିଲ୍ଲାର ନିଜର ଶୁଭଚିନ୍ତକଙ୍କ ସହ କଥା ହେବେ। ଏହା ପରେ ସ୍ଥିତି କରିବି ଯେ ମୋତେ କଣ କରିବାର ଅଛି।

   Related Posts