ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେସ୍‌ଙ୍କ ପରଲୋକ

Published By : Prameya-News7 Bureau | January 29, 2019 IST

ନୂଆଦିଲ୍ଲୀ ୨୯|୧:  ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେସ୍‌ଙ୍କ ଆଜି ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ହେବ ରୋଗରେ ପୀଡିତ ଥିଲେ । ସେ ସ୍ବାଇନ୍ ଫ୍ଲୁରେ ମଧ୍ୟ ଆକ୍ରାନ୍ତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା ।  

୧୯୩୦ ମସିହା ଜୁନ୍‌ ୩ ତାରିଖରେ ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଜର୍ଜ ଫର୍ଣ୍ଣାଣ୍ଡେସ୍ । ସେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଫର୍ଣ୍ଣାଣ୍ଡେସ୍ ପ୍ରଥମଥର ପାଇଁ ୧୯୬୭ରେ ଲୋକସଭାରୁ ସାଂସଦ ହୋଇଥିଲେ । ୨୦୦୧ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିିତ୍ୱ ତୁଲାଇ ଥିଲେ। ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଫର୍ଣ୍ଣାଣ୍ଡେସ୍ । ସେ ଅଗଷ୍ଟ ୨୦୦୯ରୁ ଜୁଲାଇ ୨୦୧୦ ମଧ୍ୟରେ ରାଜ୍ୟସଭା ସାଂସଦ ଭାବେ ରହିଥିଲେ । ସମତା ଦଳର ପ୍ରତିଷ୍ଠାତା ଥିବାବେଳେ ଏନଡିଏର ଆବାହକ ଥିଲେ ଫର୍ଣ୍ଣାଣ୍ଡେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.