Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୂର୍ବତନ ସଂସ୍କୃତି ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ

11/05/2021 at 9:47 AM

ଭୁବନେଶ୍ବର ୧୧।୫: ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ପୂର୍ବତନ ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ ହୋଇଛି । ସୋମବାର ସନ୍ଧ୍ୟା ୬ଟା ୪୫ମିନିଟରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଗତ ଅପ୍ରେଲ ୨୮ତାରିଖରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୋପୀନାଥ ମହାନ୍ତି ହେଉଛନ୍ତି ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସ୍ବାମୀ  । ସ୍ବର୍ଗତ ମହାନ୍ତି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଶ୍ରୀଜଂଗ ଗାଁରେ ୧୯୪୮ ମସିହା ଫେବୃଆରୀ ୨ ତାରିଖରେ ଜନ୍ମ ହୋଇଥିଲେ । ସେ ସଂସ୍କୃତି ସଚିବ ଥିବାବେଳେ ରବୀନ୍ଦ୍ର ମଣ୍ଡପ ନବୀକରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥାୟନ ଆରମ୍ଭ କରିଥିଲେ । ଅବସର ପରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପ୍ରତିଷ୍ଠା କରି ଜଗନ୍ନାଥ ମହିମା ପ୍ରଚାର କରି ଆସୁଥିଲେ । ସେ ତାର ସଭାପତି ଥିଲେ । ୨୦୨୦ ପରଠୁ ଉପଦେଷ୍ଟା ଭାବେ କାର୍ଯ୍ୟ କରି ଆସୁଥିଲେ । ଏଥିସହ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ କରି ସାହିତ୍ୟର ପ୍ରଚାର ଓ ଗବେଷଣାରେ ନିୟୋଜିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

   Related Posts