ପଦ୍ମ ଧରିଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ନିର୍ବାଚନ ଲଢିବ ନେଇ ଚର୍ଚ୍ଚା
22/03/2019 at 2:26 PM

ନୂଆଦିଲ୍ଲୀ ୨୨|୩ : ପଦ୍ମ ଧରିଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଗମ୍ଭୀର । ଚଳିତ ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଏହି ଆସନରେ ବିଜେପି ନେତା ମୀନାକ୍ଷୀ ଲେଖି ପ୍ରତିନିଧିତ୍ବ କରୁଛନ୍ତି । ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି ଯେ, ଦେଶ ସେବା ପାଇଁ ସୁଯୋଗ ମିଳିଥିବାରୁ ଅନେକ ଅନେକ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ସେ କହିଛନ୍ତି ।
ଅନ୍ୟପଟେ ଗମ୍ଭୀର ଦଳରେ ସାମିଲ ହେବା ଯୋଗୁଁ ବିଜେପି ପାଇଁ ଲାଭଦାୟକ ହେବ ଏବଂ ସେ ଦଳ ପାଇଁ ମଧ୍ୟ ପ୍ରଚାର କରିବେ ବୋଲି ଅରୁଣ ଜେଟଲୀ କହିଛନ୍ତି । ବିଜେପି ଲଗାତାର ଦେଶରେ ପ୍ରଭାବ ବିସ୍ତାର କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଗମ୍ଭୀର ଦଳରେ ସାମିଲ ହୋଇଛନ୍ତି ।