Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶନିବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସଂସଦ ପ୍ରଦୀପ ମାଝୀ

5/11/2021 at 2:45 PM

ନବରଙ୍ଗପୁର ୫।୧୧: ଶନିବାର ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ଏନେଇ ସୂଚନା ନିଜେ ପ୍ରଦୀପ ସୂଚନା ଦେଇଛନ୍ତି ।  ନବରଙ୍ଗପୁର ସହରରେ ହେବାକୁ ଥିବା ମିଶ୍ରଣ ପର୍ବ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।

କିଛି ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସହ ଇସ୍ତଫା ଦେଇଥିଲେ ହଜାର ହଜାର ସମର୍ଥକ । ବିଜେଡିରେ ଯୋଗଦାନ କରିବା ନେଇ ପ୍ରଦୀପ ଘୋଷଣା କରିଥିଲେ ।  ପ୍ରଦୀପ ଓ ତାଙ୍କ ଅନୁଗତ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିବା ପରେ ମିଶ୍ରଣ ପର୍ବ ସଭାସ୍ଥଳରେ ପହଞ୍ଚିବେ । ଏହି ମିଶ୍ରଣ ପର୍ବରେ ପ୍ରାୟ ୧୦ହଜାର ବିଜେଡି କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ପ୍ରଦୀପଙ୍କ ସହ ଅନ୍ୟ କେଉଁ କେଉଁ ଅନୁଗତ କର୍ମୀ ବିଜେଡିରେ ଯୋଗଦାନ କରିବେ ସେନେଇ ନିଜ ପତା ଖୋଲିନାହାନ୍ତି ।  ଏହି କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ଓ  ବିଜେଡିର ରାଜ୍ୟସ୍ତରୀୟ କିଛି ନେତା ସାମିଲ ହେବା ନେଇ ସୂଚନା ମିଳିଛି ।

   Related Posts