କଂଗ୍ରେସ ଛାଡି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ କୈଳାସ କୁଲେସିକା

Published By : Prameya-News7 Bureau | October 20, 2021 IST

ଭୁବନେଶ୍ବର ୨୦।୧୦: କଂଗ୍ରେସ ଛାଡି ବିଜେଡିରେ ମିଶିଲେ କୈଳାସ କୁଲେସିକା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା କୈଳାଶ କୁଲେସିକା ବିଜେଡି ଦଳରେ ଯୋଗଦେଇଛନ୍ତି । ଭୁବନେଶ୍ବର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ଯୋଗଦେଇଛନ୍ତି ।

ବିଜୁ ଜନତା ଦଳର ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଂ ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ଯାଇ ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଜେଡିରେ ମିଶିଛନ୍ତି । ୨୦୧୪ରୁ ୨୦୧୯ ଯାଏଁ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ କୁଲେସିକା । ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ନିର୍ବାଚନ ହାରିଥିଲେ ।

ଏହାସହ ଲକ୍ଷ୍ମୀପୁର ବ୍ଲକର ଚେୟାରମ୍ୟାନ ଓ ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଲକର ଶତାଧିକ ପ୍ରମୁଖ କଂଗ୍ରେସ କର୍ମୀ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.