Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଶଙ୍ଖ ଧରିଲେ ଯୋଗେଶ ; ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦେଲେ ଯୋଗ

6/02/2019 at 11:12 AM

ଭୁବନେଶ୍ବର ୬|୨: ନବୀନ ନିବାସରେ ବିଜେଡିର ମିଶ୍ରଣ ପର୍ବ। ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେଇଛନ୍ତି ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୁନ୍ଦରଗଡର କଂଗ୍ରେସ ନେତା ଯୋଗେଶ ସିଂ । ଏନେଇ ଏକ ରାଲିରେ ନବୀନ ନିବାସ ଅଭିମୁଖେ ନିଜ ସମର୍ଥକଙ୍କ ସହ ଆସି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ଯୋଗେଶ । ଯୋଗେଶଙ୍କ ସହ ତାଙ୍କ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନମସ୍କାର ଜଣାଇଛନ୍ତି ଯୋଗେଶ । ଏହାସହ ବିଜେଡିରେ ଯୋଗଦେଇଥିବା ସୁନ୍ଦରଗଡ ଅଞ୍ଚଳର ସମସ୍ତ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯୋଗେଶ । ଓଡିଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ପଥରେ ଆଗେଇ ନେଉଥିବା କହିଛନ୍ତି ଯୋଗେଶ । ଓଡିଶାର ବିକାଶ, ପଶ୍ଚିମ ଓଡିଶାର ବିକାଶ, ସୁନ୍ଦରଗଡ ବିକାଶ ନାରାରେ ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂ କହିଛନ୍ତି । ଏହି ଅବସରରେ ସୁନ୍ଦରଗଡର ୭ଟି ନିର୍ବାଚନ ମଣ୍ଡଳୀ ସହ ଲୋକସଭା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳର ହାତରେ ଦେବେ ବୋଲି ଯୋଗେଶ ସିଂ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ବିଜେଡିରେ ଯୋଗେଶ ସିଂଙ୍କ ଯୋଗଦାନ ସୁନ୍ଦରଗଡ ଜିଲ୍ଲାରେ ଦଳକୁ ମଜଭୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ନବୀନଙ୍କ ସପକ୍ଷରେ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିଲା । ଯୋଗେଶ ଏଥିରେ କ୍ଷୁବ୍ଧ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରିବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଗତ ମାସ ୨୪ତାରିଖରେ କଂଗ୍ରେସ ବିଧାୟକ ନବ କିଶୋର ଦାସ ବିଜେଡିରେ ଯୋଗଦେବା ପରେ ଯୋଗେଶ ଫେବୃଆରୀ ମାସରେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା ।

   Related Posts