କଂଗ୍ରେସ ବିରୋଧରେ ପ୍ରଚାର କରିବେ ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା
31/03/2019 at 11:55 AM

ଭୁବନେଶ୍ବର ୩୧|୩ : କଂଗ୍ରେସ ବିରୋଧରେ ପ୍ରଚାର କରିବେ ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ଦଳ ବର୍ତ୍ତମାନ ଶକ୍ତି ସଂଚୟ କରୁଥିବା ବେଳେ କଂଗ୍ରେସ ବିରୋଧରେ ବିଷୋଦଗାର କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏଥର ନିର୍ବାଚନରେ ସେ କୌଣସି ଦଳରୁ କିମ୍ବା ସ୍ବାଧୀନଭାବେ ଲଢ଼ିବେ ନାହିଁ, କିନ୍ତୁ କଂଗ୍ରେସ ବିରୋଧରେ ସାରା ରାଜ୍ୟରେ ପ୍ରଚାର କରିବେ ।
ଖଣିଚୋର କଂଗ୍ରେସକୁ ଲୋକ ଚାହାଁନ୍ତି, ନାଁ ଜନ କଂଗ୍ରେସକୁ ଲୋକେ ଚାହାଁନ୍ତି ବୋଲି ପ୍ରଶ୍ନ କରି ସେ କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ୨୦୦୯ରେ ବାଲେଶ୍ବରବାସୀ ଯେଉଁ ଭରସାରେ ମୋତେ ଭୋଟ୍ ଦେଇଥିଲେ ତାହା ମୁଁ ପାଳନ କରିଛି । ଲୋକଙ୍କ କଥା ଅନୁସାରେ ମୁଁ ଦିଲ୍ଲୀ ଛାଡ଼ି ବାଲେଶ୍ବର ଆସିଛି । କଂଗ୍ରେସ କେନ୍ଦ୍ରରେ ସରକାର ଗଢ଼ିପାରିବ ନାହିଁ ବୋଲି ମଧ୍ୟ ସେ ପରୋକ୍ଷରେ କହିଛନ୍ତି ।