କଂଗ୍ରେସକୁ ଝଟକା, ଜୁଏଲଙ୍କୁ ଚେକ ଦେବା ପାଇଁ ସୁନିତା ବିଶ୍ୱାଳ ହେଲେ ବିଜେଡିର ଟ୍ରମ୍ପ କାର୍ଡ

Published By : Prameya-News7 Bureau | March 09, 2019 IST

ଝାରସୁଗୁଡା ୯/୩ : କଂଗ୍ରେସ ଉପରେ ପଡିଛି ବିଜେଡି ନଜର । କିଭଳି ଜଣେ ପରେ ଜଣେ ନେତା କଂଗ୍ରେସ ହାତ ଛାଡି ବିଜେଡି ଆସିବେ ସେଇ ଗେମ୍ ପ୍ଲାନରେ ଆଗକୁ ବଢୁଛି ଦଳ । ସୁନ୍ଦରଗଡ଼ ଓ ଝାରସୁଗୁଡା ବିଜେଡି ପାଇଁ ପାଲଟିଛି ଟେଷ୍ଟିଙ୍ଗ ଲାବୋରେଟୋରୀ । ନବ ଦାସ, ଯୋଗେଶ ସିଂଙ୍କ ପରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳଙ୍କୁ ନିଜ କ୍ୟାମ୍ପକୁ ନେବାରେ ସଫଳ ହୋଇଛି ବିଜେଡି । ଯାହାକୁ ନେଇ ଆଗକୁ ଏହି ଦୁଇ ଜିଲ୍ଲାର ରାଜନୀତିରେ ବେଶ୍ କିଛି ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି ।….

{"id":92092}


ପୁଣି କଂଗ୍ରେସ କ୍ୟାମ୍ପକୁ ଲାଗିଲା ଜୋର୍ କା ଝଟକା । ପୂର୍ବରୁ ନବ ଦାସ, ଯୋଗେଶ ସିଂହଙ୍କ ଝଟ୍କା ପରେ ଏବେ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳଙ୍କୁ ନିଜ କ୍ୟାମ୍ପକୁ ଆଣିବାରେ ସଫଳ ହୋଇଛି ବିଜେଡି । ବାପା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବଡ଼ ନେତା । ହେଲେ ଝିଅ ସୁନୀତାଙ୍କ ମନ କାହିଁକି ବିଜେଡି ପଟକୁ ଢ଼ଳିଲା ତାହା ଏବେ ଏବେ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।

{"id":92093}

ସୁନୀତା ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ । ଯୋଗେଶ ସିଂ କଂଗ୍ରେସ ଛାଡ଼ି ବିଜେଡିକୁ ଆସିବା ପରେ ତାଙ୍କ ସ୍ଥାନରେ କଂଗ୍ରେସ ସୁନୀତାଙ୍କୁ ଟିକେଟ ଦେବ ବୋଲି ମଧ୍ୟ ଆଲୋଚନା ହେଉଥିଲା । ତେବେ ସବୁ ଗଣିତକୁ ଓଲଟପାଲଟ କରି ଆଜି ସୁନୀତା ବିଶ୍ବାଳ ଖୋଦ୍ ନବୀନଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି । ଜଣକ ପରେ ଜଣେ କଂଗ୍ରେସ ନେତାଙ୍କୁ ନିଜପଟକୁ ଆଣି ସୁନ୍ଦରଗଡ ରାଜନୀତିକୁ ନିଜ କବ୍ଜାକୁ ଆଣିବାକୁ ଚେଷ୍ଟା କରିଛି ବିଜେଡି । ଯାହା କଂଗ୍ରେସ ଓ ବିଜେପିକୁ ମହଙ୍ଗା ପଡ଼ିପାରେ ବୋଲି ଆକଳନ କରାଯାଉଛି ।

{"id":92094}


କିଛିଦିନ ପୂର୍ବରୁ ପାଖ ଜିଲ୍ଲା ଝାରସୁଗୁଡାର ଟାଣୁଆ କଂଗ୍ରେସ ନେତା ନବ ଦାସ ଦଳ ଛାଡି ବିଜେଡିରେ ମିଶିଥିଲେ । ଯାହାକୁ ଦେଖି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଥିବା ହେମାନନ୍ଦ ବିଶ୍ବାଳ ଉଭୟ ନବ ଦାସ ଓ ଯୋଗେଶ ସିଂଙ୍କୁ ସମାଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ହେଲେ ଏବେ ନିଜ ଝିଅ ସୁନୀତା କଂଗ୍ରେସର ହାତ ଛାଡି ଶଙ୍ଖ ଶିବିରକୁ ଯିବା ପରେ ସ୍ବର ବଦଳାଇଛନ୍ତି ହେମାନନ୍ଦ । କହିଛନ୍ତି, ଝିଅ ଛୋଟପିଲା ନୁହେଁ ଯେ ମୋ ପରାମର୍ଶ ନେବ ।

{"id":92095}


ସୁନୀତାଙ୍କୁ ବିଜେଡି ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ କରି ବିଜେପି ନେତା ଜୁଏଲ ଓରାମଙ୍କୁ ଚେକ୍ ଦେବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି । ଏହା ଛଡ଼ା ଗୋଟିଏ ଗୁଳିରେ ଦୁଇଟି ଶିକାର ନୀତିରେ କଂଗ୍ରେସ ଭୋଟକୁ ଭାଙ୍ଗି ବିଜେଡି ନିର୍ବାଚନୀ ବୈତରଣୀ ପାର ହେବାକୁ ତୟାର କରିଛି ଏଭଳି ମାଷ୍ଟର ପ୍ଲାନ ।

{"id":92096}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.