'କୋହଲି କଥା ଶୁଣୁନଥିଲେ, ଭୁଲ୍ ନିଷ୍ପତ୍ତି ନେଉଥିଲେ', ପୂର୍ବତନ କୋଚ୍ ଆଣିଲେ ସାଙ୍ଘାତିକ ଅଭିଯୋଗ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ, ୧୭|୦୯ : ଆଉ ୨ ଦିନ ପରେ ଆରମ୍ଭ ହେବ ଆଇପିଏଲ । ଏହା ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ କୋଚ୍ ରେ ଜେନିଙ୍ଗସ୍ ବିରାଟ କୋହଲିଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । କୋହଲି ତାଙ୍କ କଥା ଶୁଣୁନଥିବା ଓ ଭୁଲ୍ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଉଥିବା କହିଛନ୍ତି ରେ ।

ରେ କହିଛନ୍ତି ଯେ, ବିରାଟ ତାଙ୍କ କଥା ନଶୁଣୁଥିବାରୁ ଦଳ ଥରଟିଏ ହେଲେ ଚାମ୍ପିଅନ ହୋଇନାହିଁ । ତେବେ ଭାରତୀୟ ଦଳର ଅଧିନାୟକ ଭାବେ ବିରାଟଙ୍କ ଯାତ୍ରା ଭଲ ରହିଛି । ବିରାଟଙ୍କ ନେତୃତ୍ୱରେ ଭାରତ ଟେଷ୍ଟ କ୍ରିକେଟରେ ୬୦ ପ୍ରତିଶତରୁ ଅଧିକ ମ୍ୟାଚ୍ ଜିତିଛି । ସୂଟଚନାଯୋଗ୍ୟ, ରେ ୨୦୦୯ରୁ ୨୦୧୪ ଯାଏଁ ଆରସିବିର କୋଚ୍ ଥିଲେ ।

{"id":330829,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, କୋହଲି ନିଜ ହିସାବରେ ପ୍ଲାନ୍ ତିଆରି କରିଥାନ୍ତି । ସେତେବେଳେ ଦଳରେ ୨୫-୩୦ ଖେଳାଳି ଥିଲେ । ସମସ୍ତଙ୍କ ଉପରେ ନଜର ରଖାଯାଉଥିଲା । ଅନେକ ସମୟରେ ବିରାଟ ଭୁଲ ଖେଳାଳି ଚୟନ କରିଥାନ୍ତି । ତେବେ ଆଇପିଏଲରେ ନେତୃତ୍ୱ ଓ ଅନ୍ତର୍ଜାତୀୟ କ୍ରିକେଟର ନେତୃତ୍ୱ ନେବା ଭିନ୍ନ କଥା । ୬ ସପ୍ତାହରେ ଅନେକ ଖେଳାଳି ଫର୍ମକୁ ଆସିଥାନ୍ତି ଓ କିଛି ଖେଳାଳି ଖରାପ ଫର୍ମରେ ଗତି କରିଥାନ୍ତି । ଯେଉଁ ଖେଳାଳି ଭଲ ଫର୍ମରେ ଥାନ୍ତି ସେମାନେ ହିଁ ଦଳରେ ରହିବା କଥା । କିନ୍ତୁ ବିରାଟ ଅଲଗା ନିଷ୍ପତ୍ତି ନେଇଥାନ୍ତି । ଯାହା ବୁମେରାଂ ପାଲଟିଥାଏ ବୋଲି ରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.