ପୁଣି ଗିରଫ ହେଲେ ସିଏମସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ

Published By : Prameya-News7 Bureau | April 10, 2019 IST

କଟକ ୧୦|୪ : ପୁଣି ଗିରଫ ହେଲେ କଟକର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ । ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ରଞ୍ଜିତାଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ତାଙ୍କ ବିରୋଧରେ ବନ୍ଧୁକ ରଖିବା ଓ ବନ୍ଧୁକ ଯୋଗାଇବା ଅଭିଯୋଗ ହୋଇଥିଲା । ରଞ୍ଜିତାଙ୍କ ସମେତ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ୩ଟି ବନ୍ଧୁକ ଓ ଗୁଳି ଜବତ ହୋଇଛି । ଧଳସାମନ୍ତ ସହଯୋଗୀ ଭାବେ କାମ କରୁଥିଲେ ରଞ୍ଜିତା । ପୂର୍ବରୁ ମଧ୍ୟ ୨୦୧୮ମସିହା ମାର୍ଚ୍ଚ ୭ରେ ରଞ୍ଜିତାଙ୍କୁ ଗିରଫ କରିଥିଲା ସଦର ଥାନା ପୋଲିସ । ସିଏମ୍‌ସି ୭ ନମ୍ବରର ପୂର୍ବତନ କର୍ପୋରେଟର ଥିଲେ ରଞ୍ଜିତା ବିଶ୍ବାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.