ପରାଜୟ ପରେ ବି ଶିବରାଜ ଚୌହାନ କହିଲେ “ଟାଇଗର ଅଭି ଜିନ୍ଦା ହୈ”

Published By : Prameya-News7 Bureau | December 20, 2018 IST

ଦିଲ୍ଲୀ ୨୦/୧୨ : ମଧ୍ୟ ପ୍ରଦେଶରେ ଗତ ୧୫ ବର୍ଷ ହେଲା ବିଜେପି ଶାସନକରୁଥିଲା | କିନ୍ତୁ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ମାତ ଦେବାରେସଫଳ ହୋଇଥିଲା | ମଧ୍ୟ ପ୍ରଦେଶ ନିର୍ବାଚନରେ ପରାଜିତ ହେବା ପରେ ଶିବରାଜ ସିଂ ଚୌହାନଙ୍କୁ ଫିଲ୍ମିଅନ୍ଦାଜରେ ଦେଖିବାକୁ ମିଳିଛି | ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶିବରାଜ ସିଂ ଚୌହାନ| କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, “ଟାଇଗର ଅଭି ଜିନ୍ଦା ହୈ”, ସେତିପାଇଁ ଲୋକେ ଚିନ୍ତାକରିବା ଦରକାର ନାହିଁ | ମଧ୍ୟ ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ  କହିଥିଲେ ତାଙ୍କର ଏବେ କଣ ହେବ ସେନେଇ ଚିନ୍ତା କରିବା ଦରକାରନାହିଁ |  ସେ ଏବେ ମଧ୍ୟ ଲୋକଙ୍କ ଦୁଃଖ ବୁଝିବା ପାଇଁତତ୍ପର | ତେବେଶିବରାଜ ଚୌହାନ ଏଭଳି ଫିଲ୍ମି ଡାଇଲଗ କହିବାରେ ଏହା ପ୍ରଥମ ଘଟଣା ନୁହେଁ | ଅଧିକାଂଶ ସମୟରେ ଦେଖାଯାଏଯେ, ଶିବରାଜ ରାଜନୀତିରେ ନିଜ ବିରୋଧୀଙ୍କୁ ଆକ୍ଷେପ କରି ଏଭଳି ଫିଲ୍ମି ସଂଳାପ ଓ କବିତା ବ୍ୟବହାରକରିଥାନ୍ତି |

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରବେଳେ ଶିବରାଜ ଚୌହାନ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଏକ ଫିଲ୍ମି ଡାଇଲଗ କହିଥିଲେ | ରାହୁଲଙ୍କୁ ସେ କହିଥିଲେ " ତୁମ ତୋ ଠେହରେ ପରଦେଶୀ ସାଥ କ୍ୟା ନିଭାଓଗେ" |

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଶିବରାଜ ଚୌହାନ ବୁଧନୀ ଅଂଚଳରେ ଲୋକଙ୍କୁ ସାକ୍ଷାତ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.