ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଅବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

Published By : Prameya-News7 Bureau | May 09, 2020 IST

ରାୟପୁର, ୦୯|୦୫:  ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ  ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେ ହୃଦଘାତର ଶିକାର ହୋଇଥିବା କୁହାଯାଉଛି । ତାଙ୍କୁ ନାରାୟଣ ମେଡିକାଲରେ ଭେଣ୍ଟିଲେଟରରେ ରଖାଯାଇଛି ।

ଶନିବାର ସକାଳେ ଅଜିତ ଜଳଖିଆ କରୁଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ହସ୍ପିଟାଲରେ ଅଜିତଙ୍କ ପନ୍ତୀ ଓ ଅନେକ କର୍ମୀ ଉପସ୍ଥିତ ଅଛନ୍ତି ।

wp:core-embed/twitter {"url":"https://twitter.com/bhupeshbaghel/status/1259023151167463424?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259023151167463424\u0026ref_url=https%3A%2F%2Fwww.amarujala.com%2Fchhattisgarh%2Fformer-chhattisgarh-cm-ajit-jogi-health-deteriorated-condition-critical-admitted-in-raipur-hospital","type":"rich","providerNameSlug":"twitter","className":""}
https://twitter.com/bhupeshbaghel/status/1259023151167463424?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259023151167463424&ref_url=https%3A%2F%2Fwww.amarujala.com%2Fchhattisgarh%2Fformer-chhattisgarh-cm-ajit-jogi-health-deteriorated-condition-critical-admitted-in-raipur-hospital
/wp:core-embed/twitter

ନାରାୟଣ ମେଡିକାଲର ସଂଚାଳକ ଡାକ୍ତର ସୁନିଲ ଖେମକା କହିଛନ୍ତି ଯେ, ରବିବାର ଅଜିତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ତାଙ୍କର ଯାଂଚ କରୁଛନ୍ତି । ଏବେ ବି ତାଙ୍କର ସ୍ଥିତି ସଙ୍ଗୀନ ରହିଛି । ଅଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ଶୁଣି ତାଙ୍କର ହଜାର ହଜାର କର୍ମୀ ମେଡିକାଲ ଆଗରେ ଜମା ହୋଇଛନ୍ତି । ତାଙ୍କ ପୁତ୍ର ଅମିତ ଯୋଗୀ ମଧ୍ୟ ବିଳାସପୁରରୁ ରାୟପୁରରେ ଆସି ପହଁଚିଛନ୍ତି ।

ଏତତ୍ ବ୍ୟତୀତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବଘେଲା ଅମିତଙ୍କ ସହ ଫୋନରେ ଆଲୋଚନା କରିବା ସହ ଅଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି । ଏହାସହ ସେ ଟ୍ୱିଟ୍ କରି ଅଜିତଙ୍କ ଶୀଘ୍ର ଆରୋଗ୍ୟା କାମନା କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.