Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନିର୍ବାଚନୀ ଭାଷଣ ବେଳେ ଖସିଗଲା କମଲନାଥଙ୍କ ପାଟି, ବିଜେପି ମହିଳା ପ୍ରାର୍ଥୀଙ୍କୁ କହିଲେ ‘ଆଇଟମ୍’

18/10/2020 at 6:24 PM

ଭୋପାଳ ୧୮।୧୦: ମଧ୍ୟ ପ୍ରଦେଶରେ ବିଧାନସଭା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ବଢିବାରେ ଲାଗିଛି। ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି। ନିର୍ବାଚନୀ ଭାଷଣ ସମୟରେ ନେତାଙ୍କ ପାଟି ଖସି ଯାଉଛି।

ଭାଷଣ ଦେବା ସମୟରେ ନେତା ନିଜର ମର୍ଯ୍ୟାଦା ମଧ୍ୟ ଭୁଲି ଯାଉଛନ୍ତି। ଏହା ମଧ୍ୟରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଡବରା ବିଧାନସଭା କ୍ଷେତ୍ରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ କ୍ୟାବିନେଟ୍ ମନ୍ତ୍ରୀ ଇମରତୀ ଦେବୀଙ୍କ ବିରୋଧରେ ଆଶାଳୀନ ଟିପ୍ପଣୀ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା କମଲନାଥ ବିଜେପି ପ୍ରାର୍ଥୀ ତଥା କ୍ୟାବିନେଟ୍ ମନ୍ତ୍ରୀ ଇମରତି ଦେବୀଙ୍କୁ ‘ଆଇଟମ୍‌’ କହିଛନ୍ତି। ଉଲ୍ଲେଖନୀୟ ଇମରତି ଦେବୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। କମଲନାଥ  ଇମରତ ଦେବୀଙ୍କ ବିଷୟରେ କହିଛନ୍ତି, ଆପଣ ତ ମୋ ଅପେକ୍ଷା ତାଙ୍କୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ମୋତେ ଆପଣଙ୍କୁ ପ୍ରଥମରୁ ହିଁ ସାବଧାନ କରିବା ଉଚିତ୍ ଥିଲା, କଣ ‘ଆଇଟମ୍‌’ ସେ।

କ୍ଷମା ମାଗନ୍ତୁ କମଲନାଥ- ଶିବରାଜ ସିଂହ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କମଲନାଥଙ୍କୁ ସମାଲୋଚନା କରି କହିଛନ୍ତି, ନିଜକୁ ମର୍ଯ୍ୟାଦା ପୁରୁଷ ଦର୍ଶାଉଥିବା ଲୋକ ଏମିତି ମର୍ଯ୍ୟାଦାହୀଣ ଭାଷାର ପ୍ରୟୋଗ କରୁଛନ୍ତି। ନବରାତ୍ରି ଅବସରରେ ଦେଶ ନାରୀର ଉପାସନା କରୁଛି। ଏମିତି ସମୟରେ ଆପଣଙ୍କର ବୟାନ ଆପଣଙ୍କ ହୀନ ମାନସିକତା ଦର୍ଶାଉଛି। ଭଲ ହେବ ଆପଣ ନିଜର ଶବ୍ଦ ପ୍ରତ୍ୟାହାର କରନ୍ତୁ ଏବଂ ଇମରତ ଦେବୀ ସହିତ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ କ୍ଷମା ମାଗନ୍ତୁ।

   Related Posts