ହଟାଇ ଦିଆଗଲା ନାଇଡୁଙ୍କ ସୁରକ୍ଷା : ଭିଆଇପି ସୁବିଧାରୁ ବଂଚିତ, ବିମାନବନ୍ଦରରେ ହେଲା ତଲାସୀ,

Published By : Prameya-News7 Bureau | June 15, 2019 IST

ମନ୍ନବରମ ୧୫/୬ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ହଟାଇ ଦିଆଯାଇଛି । ଶୁକ୍ରବାର ରାତିରେ ମନ୍ନବରମ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ତଲାସୀ ହୋଇଥିଲା । ବିମାନ ଯାଏଁ ଯିବା ପାଇଁ ନାଇଡୁଙ୍କୁ ଭିଆଇପି ସୁବିଧାରୁ ମଧ୍ୟ ବଂଚିତ ରଖାଗଲା । ସାଧାରଣ ଯାତ୍ରୀଙ୍କ ସହ ନାଇଡୁଙ୍କୁ ସଟଲ ବସରେ ଯିବାକୁ ପଡିଲା । 

ଆନ୍ଧ୍ର ପ୍ରଦେଶ ବିଧାନସଭାର ବିରୋଧୀ ନେତା ଚନ୍ଦ୍ରାବାବୁ ନାଇଡୁଙ୍କୁ Z+  ଶ୍ରେଣୀ ଅନ୍ତର୍ଭୁକ୍ତ ସୁରକ୍ଷା ମିଳିଛି । ଏଥିରେ ୨୪ ଘଣ୍ଟା ତାଙ୍କ ସହ ୨୩ ସୁରକ୍ଷାକର୍ମୀ ଏବଂ ଏସ୍କର୍ଟ ଗାଡି ରହିଥାନ୍ତି । ୨୦୦୩ ମସିହାରେ ତିରୁପତିର ଅଲିପିରିରେ ମାଓବାଦୀମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କୁ Z+ ସୁରକ୍ଷା ମିଳିଥିଲା ।

{"id":123126}

କିନ୍ତୁ ଏବେ ନାଇଡୁଙ୍କ ସୁରକ୍ଷା ହଟାଇ ଦିଆଯାଇଛି । ଗତକାଲି ରାତିରେ ବିମାନବନ୍ଦରରେ ସାଧାରଣ ଯାତ୍ରୀଙ୍କ ଭଳି ନାଇଡୁଙ୍କର ମଧ୍ୟ ତଲାସୀ ହୋଇଥିଲା । ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଟିଡ଼ିପି ନେତା । ବିଜେପି ଏବଂ ୱାଇଏସଆର କଂଗ୍ରେସ ପାର୍ଟି ପ୍ରତିଶୋଧ ରାଜନୀତି କରୁଥିବା ଦଳ ଅଭିଯୋଗ କରିଛି । ଦଳ କହିଛି ଯେ, ଚନ୍ଦ୍ରାବାବୁ ନାଇଡୁ ଭାରତୀୟ ରାଜନୀତିରେ ଏକ ସମ୍ମାନିତ ସ୍ଥାନରେ ଅଛନ୍ତି । ତାଙ୍କ ସହ ଏହିଭଳି ବ୍ୟବହାର ନିହାତି ନିନ୍ଦନୀୟ ।

ଟିଡ଼ିପି ନେତା ତଥା ରାଜ୍ୟର ପୂର୍ବତ ଗୃହମନ୍ତ୍ରୀ ଚିନ୍ନା ରାଜପ୍ପା କହିଛନ୍ତି ଯେ, ନାଇଡୁଙ୍କ ପ୍ରତି ଅଧିକାରୀଙ୍କ ବ୍ୟବହାର ଅପମାନଜନକ ଥିଲା । ନାଇଡୁ ବହୁ ପୂର୍ବରୁ ବିରୋଧୀ ଦଳ ନେତା ଥିଲେ ମଧ୍ୟ ପୂର୍ବରୁ କେବେ ତାଙ୍କୁ ଏହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିନଥିଲା । ନାଇଡୁଙ୍କ ସୁରକ୍ଷା ପାଇଁ ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.