Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ପୁଣି ଆସିଲା ହୃଦଘାତ : ସ୍ଥିତି ସଙ୍କଟାପନ୍ନ

29/05/2020 at 2:41 PM

ରାୟପୁର ୨୯/୦୫ : ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ପୁଣିଥରେ ହୃଦଘାତ ହୋଇଛି | ନାରାୟଣ ହସ୍ପିଟାଲ ନିର୍ଦେଶକ ଡ.ସୁନୀଲ ଖେମକା ଏନେଇ ସୂଚନା ଦେଇଛନ୍ତି | ମେ ୨୭ ତାରିଖ ରାତିରେ ତାଙ୍କୁ ହୃଦଘାତ ହୋଇଥିଲା | ଡାକ୍ତରୀ ଟିମର ଅନେକ ପ୍ରୟାସ ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା | ଯୋଗୀଙ୍କ ପରିବାରର ଅନୁମତି ନେଇ ଡାକ୍ତର ଗୁରୁବାର ଦିନ ତାଙ୍କୁ ଏକ ବିଶେଷ ଇଞ୍ଜେକ୍ସନ ଦେଇଥିଲେ | ଏହାପରେ ତାଙ୍କ ଅବସ୍ଥା ଭଲ ଥିଲା ବୋଲି ଡାକ୍ତର କହିଛନ୍ତି | କିନ୍ତୁ ଅଜିତ ଯୋଗୀଙ୍କ ଅବସ୍ଥା ପୁଣି ଗମ୍ଭୀର ଥିବା କୁହାଯାଉଛି | ଡାକ୍ତରୀ ଟିମ ଲଗାତାର ତାଙ୍କୁ ମନିଟର କରୁଛନ୍ତି | ଶୁକ୍ରବାର ସକାଳ ୧୦.୪୫ ମିନିଟରେ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ ତାଙ୍କ ଅବସ୍ଥା ହିମୋଡାଇନାମିକାଲି ସ୍ଥିର ଥିବା କୁହାଯାଇଥିଲା |

ଶ୍ରୀ ନାରାୟଣ ହସ୍ପିଟାଲର ନିର୍ଦେଶକ କହିଛନ୍ତି ଯେ, ୨୭ ତାରିଖ ରାତିରେ ତାଙ୍କୁ ହୃଦଘାତ ହୋଇଥିଲା | ବହୁତ ପ୍ରୟାସ ପରେ ଶୁକ୍ରବାର ସକାଳେ ତାଙ୍କ ଅବସ୍ଥା ସ୍ଥିର ଥିଲା | ଗୁରୁବାର ଯୋଗୀଙ୍କ ସମସ୍ତ ଅଙ୍ଗ ଯାଞ୍ଚ ହୋଇଥିଲା | ଗୁରୁବାର ଦିନ ଯୋଗୀଙ୍କ ପରିବାରର ଅନୁମତିକ୍ରମେ ତାଙ୍କୁ ଏକ ବିଶେଷ ଇଞ୍ଜେକ୍ସନ ଦିଆଯାଇଥିଲା | ଛତିଶଗଡ଼ରେ ପ୍ରାୟତଃ ଏହି ଇଞ୍ଜେକ୍ସନ ବ୍ୟବହାର ବହୁତ କମ ହୋଇଥାଏ | ଇଞ୍ଜେକ୍ସନ ଦେବାପରେ ତାଙ୍କ ଅବସ୍ଥା ସ୍ଥିର ରହିଛି |

ମେ ୯ ତାରିଖରେ ଅଜିତ ଯୋଗୀ ତାଙ୍କ ଘର ବଗିଚାରେ ବୁଲୁଥିବା ସମୟରେ ହଠାତ ତାଙ୍କର ହୃଦଘାତ ହୋଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁର ଦେବେନ୍ଦ୍ର ନଗର ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେହିଦିନ ଠାରୁ ଅଜିତ ଯୋଗୀଙ୍କ ସ୍ଥିତି ଗମ୍ଭୀର ରହିଛି | ଗତ ୧୫ ଦିନ ହେଲା ସେ କୋମାରେ ଅଛନ୍ତି | ଦେଶର ବିଭିନ୍ନ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ସହ କନଫରେନସିଂ ଜରିଆରେ ଆଲୋଚନା କରି ତାଙ୍କର ଉପଚାର କରାଯାଉଛି | ସେ ଗତ ୧୫ ଦିନ ଦେଲା ଭେଣ୍ଟିଲେଟରରେ ଅଛନ୍ତି | ତାଙ୍କ ବ୍ରେନକୁ ଆକ୍ଟିଭ କରିବା ପାଇଁ ତାଙ୍କୁ ମ୍ୟୁଜିକ ଥେରାପି ମଧ୍ୟ ଦିଆଯାଉଛି |

   Related Posts