ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ CJI ଜଷ୍ଟିସ୍ ରଞ୍ଜନ ଗୋଗୋଇ, ବିପକ୍ଷ ସଦସ୍ୟଙ୍କ ହଙ୍ଗାମା

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଗୁରୁବାର ଦିନ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି ରଞ୍ଜନ ଗୋଗେଇ । ସରକାରଙ୍କ ସୁପାରିଶ କ୍ରମେ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୋମବାର ରାଜ୍ୟସଭାକୁ ମନୋନୀତ କରିଥିଲେ। ତେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଶପଥ ନେବା ବେଲେ କଂଗ୍ରେସର କିଛି ସାଂସଦ ହଙ୍ଗାମା କରିଥିଲେ । କିନ୍ତୁ ଏହିସବୁ ଭିତରେ ଶପଥ ଗ୍ରହଣ କରିଛନ୍ତି ଗୋଗେଇ ।

{"id":180797,"sizeSlug":"large"}

ରଞ୍ଜନ ଗୋଗୋଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ରାଫେଲ ଯୁଦ୍ଧ ବିମାନ ଏବଂ ସାବରୀମାଲାରେ ମହିଳାଙ୍କ ପ୍ରବେଶ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି କରିଥିବା ବେଞ୍ଚର ଅଧ୍ୟକ୍ଷତା କରିଥିଲେ । ଗୃହ ମନ୍ତ୍ରଣାଳୟ ସୋମବାର ରାତିରେ ଏକ ବିଜ୍ଞପ୍ତି ଜାରି କରି ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବ ବୋଲି ଘୋଷଣା କରିଥିଲା ।

{"id":240739,"sizeSlug":"large"}

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉପରେ ଅନେକ ପ୍ରଶ୍ନ ଉଠୁଛି । କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ସରକାରଙ୍କୁ ରାଫେଲ ମାମଲାରେ ସଫେଇ ଦେବାକୁ କହିଛନ୍ତି। ଗୋଗୋଇଙ୍କ ମନ୍ତବ୍ୟକୁ ନେଇ ସିବଲ ଟ୍ବିଟ୍ କରି କହିଛନ୍ତି ଯେ, ‘ରଞ୍ଜନ ଗୋଗୋଇ କହିଥିଲେ ଯେ ଶପଥ ନେବା ପରେ ମୁଁ ଗଣମାଧ୍ୟମକୁ କହିବି ଯେ ମୁଁ ରାଜ୍ୟସଭାକୁ ଯିବା ପ୍ରସ୍ତାବକୁ କାହିଁକି ଗ୍ରହଣ କଲି?’

{"id":106853,"sizeSlug":"large"}

ସିବଲ ଟ୍ବିଟ୍ କରି କହିଛନ୍ତି ଯେ, ଏହା ମଧ୍ୟ କୁହନ୍ତୁ ଯେ, ତାଙ୍କ ମାମଲାରେ କାହିଁକି ନିଷ୍ପତ୍ତି ନିଆଗଲା, ନ୍ୟାୟିକ ବ୍ୟବସ୍ଥା କାହିଁକି ବନ୍ଦ ହେଲା, ନିର୍ବାଚନ ବ୍ୟାଣ୍ଡ ମାମଲା କାହିଁକି ନିଆଗଲା ନାହିଁ, ରାଫେଲ ମାମଲାରେ କାହିଁକି କ୍ଲିନ୍ ଚିଟ୍ ଦିଆଗଲା, ସିବିଆଇ ନିର୍ଦ୍ଦେଶକଙ୍କୁ କାହିଁକି ହଟାଇ ଦିଆଗଲା ।

{"id":240740,"width":576,"height":401,"sizeSlug":"large"}

ପୂର୍ବତନ ପ୍ରଧାନ ବିଚାରପତି ଗୋଗୋଇଙ୍କ ନେତୃତ୍ବରେ ଏକ ବେଞ୍ଚ ଅଯୋଧ୍ୟା ଏବଂ ରାଫେଲ ମାମଲା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାୟ ଦେଇଥିଲା । ଗତ ବର୍ଷ ସୁପ୍ରିମକୋର୍ଟ ମଧ୍ୟ ରାଫେଲ ଚୁକ୍ତି ସମୀକ୍ଷା କରୁଥିବା ଆବେଦନକୁ ଖାରଜ କରିଦେଇଥିଲା ।

{"id":181726,"sizeSlug":"large"}

ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଥିଲେ ରଞ୍ଜନ ଗୋଗେଇ । ପୂର୍ବତନ ବିଚାର ପତି ଦୀପକ ମିଶ୍ରଙ୍କ ଅବସରରେ ପରେ ୩ ଅକ୍ଟୋବର ୨୦୧୮ରୁ ୧୭ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେଇଥିଲେ । ୧୯୫୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିଲେ ରଞ୍ଜନ ଗୋଗେଇ । ପରେ ଦେବ୍ରୁଗଡ ଡନ୍‌ ବୋସ୍କା ସ୍କୁଲ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପାଠ ପଢିଥିଲେ । ତାଙ୍କ ପିତା କେଶବ ଚନ୍ଦ୍ର ଗୋଗେଇ ଆସାମର ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୮ ମସିହାରେ ଆଇନଜୀବୀଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୮ଫେବୃଆରୀ ୨୦୦୧ରେ ରଞ୍ଜନ ଗୋଗେଇଙ୍କ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ଜଷ୍ଟିସ୍‌ ଗୋଗେଇ ୨୩ ଅପ୍ରେଲ ୨୦୧୨ରେ ସର୍ବୋଚ୍ଚ ଅଦାଲତରେ ବିଚାରପତିରେ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରି ଅବସର ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.