ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା : ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବା ପରେ ଫାୟାର ଏବଂ ହୋମଗାର୍ଡ ଡିଜି ଭାବରେ କରାଯାଇଥିଲା ବଦଳି

Published By : Prameya-News7 Bureau | January 11, 2019 IST

ନୂଆଦିଲ୍ଲୀ ୧୧|୧: ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା । କାଲି ତାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବାର ମାତ୍ର ୩୦ ଘଣ୍ଟା ଭିତରେ ଆଲୋକ ବର୍ମାଙ୍କୁ ପଦରୁ ହଟାଇ ଦିଆଯାଇ ଫାୟାର ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଥିଲା । ହେଲେ ଆଲୋକ ବର୍ମା ଏହି ପଦବୀ ଗ୍ରହଣ ନକରି ଚାକିରି ଛାଡିଛନ୍ତି । ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି ।

ଚାକିରି ଛାଡିଲେ ଆଲୋକ ବର୍ମା । ଇସ୍ତଫା ଦେଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହେବାର ୩୦ ଘଣ୍ଟା ପୂରିନଥିଲା । ତାଙ୍କୁ ସେହି ପଦରୁ ହଟାଇ ଦେଇଥିଲା ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇ ସିଲେକସନ କମିଟି । ଆଲୋକ ବର୍ମାଙ୍କୁ ଫାୟାର ଏବଂ ହୋମଗାର୍ଡ ଡିଜି ଭାବରେ ବଦଳି କରାଯାଇଥିଲା । ହେଲେ ଏହି ପଦବୀରେ ଯୋଗ ନଦେଇ ଆଲୋକ ବର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି । ଡିପାର୍ଟମେଣ୍ଟ ଅଫ ପର୍ସନାଲ ଟ୍ରେନିଂ ବିଭାଗକୁ ଆଲୋକ ପଠାଇ ଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ ତାଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ ।ଏପିରିକି ସିଭିସିଙ୍କ ପୁରା ରିପୋର୍ଟ ସେହି ଲୋକର ବୟାନ ଉପରେ ଆଧାରିତ ହୋଇଛି ଯେଉଁ ଲୋକ ଉପରେ ସିବିଆଇ ଯାଞ୍ଚ ଚାଲିଛି ।

{"id":72655}

୧୯୭୯ ବ୍ୟାଚର ଆଇପିଏସ୍‌ ଅଫିସର ଆଲୋକ ବର୍ମା । ଚାକିରି ଜୀବନ ପୂରିବାକୁ ଆଉ ମାତ୍ର ୨୦ ଦିନ ବାକି ଥିଲା । ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ଏବଂ ସେ ଚାକିରିରୁ ଇସ୍ତଫା ଦେବାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।ସେପଟେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପରେ ସେ ଦୁଇ ଦିନ ତଳେ ନେଇଥିବା ସମସ୍ତ ବଦଳି ଆଦେଶ ଗୁଡିକୁ ଖାରଜ କରିଦେଇଛନ୍ତି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକ ଏମ୍‌. ନାଗେଶ୍ବର ରାଓ ।  

{"id":72594}

ସିବିଆଇ ନିର୍ଦ୍ଦେଶକ ଥିବା ବେଳେ ସିବିଆଇର ଉପ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ସହ ତାଙ୍କର କନ୍ଦଳ ସୃଷ୍ଟି ହୋଇଥିଲା ।  କ୍ଷମତା ଓ ଅହଂକାରକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଲଢେଇ ସାର୍ବଜନନୀ ହୋଇଥିଲା । ଉଭୟ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଅଲୋକ ବର୍ମାଙ୍କୁ ୨୦୧୮ ଅକ୍ଟୋବର ୨୩ ରେ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇ ଜବରଦସ୍ତି ଛୁଟିରେ ପଠାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଏମ୍‌. ନାଗେଶ୍ବର ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିଲା । ଏହା ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଲୋକ ବର୍ମା । ସୁପ୍ରିମ୍‌ କୋର୍ଟ ଆଲୋକ ବର୍ମାଙ୍କୁ ୨ ଦିନ ତଳେ ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.