ଇଂଲଣ୍ଡର ପୂର୍ବତନ ଅଧିନାୟକଙ୍କ ପରାମର୍ଶ: କଡା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରୁହନ୍ତୁ, ହାର ମାନୁନଥିବା ଭାରତ ସହିତ ରହିଛି ମୁକାବିଲା

Published By : Prameya-News7 Bureau | January 26, 2021 IST

ଲଣ୍ଡନ ୨୬।୦୧: ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନଙ୍କ ମତରେ ବିରାଟ କୋହଲି ଭାରତର ବର୍ତ୍ତମାନ ଦଳରେ କେବେ ହାର ନମାନିବାର ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଛନ୍ତି। କୋହଲି ପଡିଆ ବାହାରେ ହେଉ କି ଭିତରେ ଯେ କୌଣସି ବୀପରିତ ପରିସ୍ଥିତିରେ କେଵେ ହାର ମାନନ୍ତି ନାହିଁ। ଅଧିନାୟକ କୋହଲି ଓ କିଛି ପ୍ରମୁଖ ଖେଳାଳିଙ୍କ ଆହତ ସତ୍ଵେ ବି ଭାରତର ଅନୁଭବହୀନ ଦଳ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵରେ ନିଜ ଦୃଢତା ଓ ସଂକଳ୍ପର ଚମତ୍କାର ନିଦର୍ଶନ ଦେଖାଇ ଅଷ୍ଟ୍ରେଲିଆ ବିରୋଧରେ ପଛୁଆ ଥାଇ ବି ସିରିଜ୍‌କୁ ୨-୧ରେ ଜିତିବାରେ ସଫଳ ହୋଇଛି।

ନାସିର ହୁସେନ ଇଂଲଣ୍ଡକୁ ଫେବୃଆରୀ ୫ରୁ ଆରମ୍ଭ ହେଉଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ କଡା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେଉଁ ଦଳ ଅଷ୍ଟ୍ରେଲିଆରେ ୩୬ ରନରେ ଅଲଆଉଟ୍ ହେବା କାରଣରୁ ସିରିଜ୍‌ରେ ୦-୧ରେ ପଛୁଆ  ରହିଲା, ଯାହାର ଅଧିନାୟକ ସ୍ଵଦେଶ ଫେରି ଆସିଲା, ଯାହାର ବୋଲିଂ ଆକ୍ରମଣ ପଙ୍ଗୁ ହୋଇ ଯାଇଥିଲା ଏବଂ  ପ୍ରତିକୂଳ ସ୍ଥିତିରେ ପଡିଆରେ ଏବଂ ବାହାରେ ଯେଉଁ ଆଭିମୁଖ୍ୟ ଦେଖାଇ ପ୍ରତ୍ୟାବର୍ତ୍ତନ କଲା ସେହି ଦଳକୁ ଚାପରେ ଆପଣ ରଖି ପାରିବେ ନାହିଁ।

କୌଣସି ଭୁଲ୍ ନକରୁ ଇଂଲଣ୍ଡ

{"id":398844,"sizeSlug":"large","linkDestination":"none"}

ହୁସେନ କହିଛନ୍ତି, ଭାରତ ଏବେ ଶକ୍ତିଶାଳୀ ଦଳରେ ପରିଣତ ହୋଇଛି। ତେଣୁ ଇଂଲଣ୍ଡ ଦଳ କୌଣସି ଭୁଲ୍ ନକରୁ। କାରଣ ଭାରତ ନିଜ ମାଟିରେ ବହୁତ ଶକ୍ତିଶାଳୀ ଦଳ। ଶ୍ରୀଲଙ୍କା ମାଟିରେ ୨-୦ରେ ସିରିଜ୍ ଜିତିବା ପରେ ଇଂଲଣ୍ଡ ଦଳ ଉତ୍ସାହିତ ହୋଇ ପଡିଛି, ମାତ୍ର ହୁସେନ କହିଛନ୍ତି ଭ୍ରମଣକାରୀ ଦଳକୁ ପ୍ରଥମ ଟେଷ୍ଟ ପାଇଁ ନିଜର ସର୍ବଶ୍ରେଷ୍ଠ ଦଳ ଚୟନ କରିବା ଉଚିତ୍।

ହୁସେନ କହିଛନ୍ତି, ଏହା ବହୁତ ଭଲ ସଙ୍କେତ ଯେ ଇଂଲଣ୍ଡ ଆଗାମୀ ମୁସ୍କିଲ ସ୍ଥିତି ପୂର୍ବରୁ ଏହି ସିରିଜ୍‌ ଜିତିଛି। ଆସେସ୍‌ ସିରିଜ୍, ଭାରତ ବିପକ୍ଷରେ ସ୍ଵଦେଶ ଏବଂ ବିଦେଶ, ନ୍ୟୁଜିଲାଣ୍ଡରେ ସିରିଜ୍‌ ଖେଳିବା ସହଜ  ହେବ ନାହିଁ। ନାସିର କହିଛନ୍ତି, ମୁଁ ଭାରତରେ ଜନ୍ମ ନେଇଛି ଏବଂ ମୁଁ ସର୍ବଦା ଭାରତ ବନାମ ଇଂଲଣ୍ଡକୁ ସର୍ବଶ୍ରେଷ୍ଠ ସିରିଜ୍‌ ମଧ୍ୟରୁ ଗୋଟିଏ ମାନିଥାଏ। ମୋର କେବଳ ଏତିକି କହିବା କଥା ଇଂଲଣ୍ଡ ନିଜର ସର୍ବଶ୍ରେଷ୍ଠ ୧୩ ରୁ ୧୫ ଖେଳାଳି ସହିତ ଚେନ୍ନାଇରେ ଓହ୍ଲାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.