ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ ପାଇଁ କଲେ ପ୍ରାର୍ଥୀ ପତ୍ର ଦାଖଲ, ରାଜନୈତିକ ମହଲରେ ଚର୍ଚ୍ଚା

Published By : Prameya-News7 Bureau | January 22, 2022 IST

ଢେଙ୍କାନାଳ, ୨୨।୦୧: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପଂଚାୟତ ସମିତି ପାଇଁ ସମିତି ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଧରିଛି । ସେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧର ପ୍ରସାଦ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନାମାଙ୍କନ ପତ୍ରର ଦଖର ଅନ୍ତିମ ଦିବସରେ ସେ ପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ତେବେ ଅଞ୍ଜଳି ବେହେରା ଗତ ୨୦୦୯ ସାଧାରଣ ନିର୍ବାଚନରର ବିଜେଡି ଦଳ ପକ୍ଷରୁ ହିନ୍ଦୋଳ ବିଧାୟିକା ଭାବେ ନିର୍ବାଚିତ ହୋଇ ରାଜ୍ୟ କ୍ୟାବିନେଟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ନିଜର ପତିଆରା ରାଜ୍ୟ ବିଜେଡି ତଥା ଢେଙ୍କାନାଳ ଜିଲ୍ଲାରେ ଜାହିର କରି ଆସୁଥିଲେ । ମାତ୍ର ଗତ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମିଡନାଇଟ ଅପରେସନରେ ମନ୍ତ୍ରୀ ଅଞ୍ଜଳୀଙ୍କ ମନ୍ତ୍ରୀ ପଦତ ଯାଇଥିଲା । ଏପରିକି ତାଙ୍କୁ ବିଜେଡି ଦଳରୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଫଳରେ ସେ ଏବେ ବିଜେପି ଦଳରେ ସାମିଲ ହୋଇଥିବା ଜଣାପଡିଛି । ତାଙ୍କ ପୁଅ ପ୍ରଦ୍ୟୋତ ବେହେରା ଚଳିତ ପଂଚାୟତ ନିର୍ବାଚନରେ ହିନ୍ଦୋଳ ଯୋନ-୪ରୁ ମଧ୍ୟ ବିଜେପି ଦଳ ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ଜଣେ ପୂର୍ବତନ ପୂର୍ବତନ ମନ୍ତ୍ରୀ ଶେଷରେ ସମିତି ସଭ୍ୟ ପାଇଁ ନିର୍ବାଚନକୁ ପ୍ରତ୍ୟକ୍ଷ ଭାବେ ଓହ୍ଲାଇ ନିଜେ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଢେଙ୍କାନାଳ ତଥା ରାଜ୍ୟ ରାଜନୀତିରେ ଚହଳ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.