କୋଭିଡ ୧୯ ରେ ସଂକ୍ରମିତ ହେଲେ ପୂର୍ବତନ ବୋଲର ସଲିଲ ଅଙ୍କୋଲା, ପୋଷ୍ଟ ଲେଖି କହିଲେ- ‘ଏହା ଅତ୍ୟନ୍ତ ଭୟାନକ’

Published By : Prameya-News7 Bureau | March 01, 2021 IST

ମୁମ୍ବାଇ ୦୧/୦୩: ଅଭିନେତା ତଥା ପୂର୍ବତନ ବୋଲର ସଲିଲ ଅଙ୍କୋଲାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ସଲିଲ ତାଙ୍କ ଇନଷ୍ଟାଗ୍ରାମରେ ହସପିଟାଲର ଏକ ଫଟୋ ସେୟାର କରିଛନ୍ତି । କୋଭିଡ ୧୯ ଦ୍ୱାରା ସଂକ୍ରମିତ ହେବା ପରେ ସଲିଲ ଅଙ୍କୋଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚରେ ସେ ତାଙ୍କ ଜନ୍ମଦିନ ପାଳନ କରନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଦିନ ସେ ହସ୍ପିଟାଲରେ ଅଛନ୍ତି । ୫୩ ବର୍ଷିୟ ସଲିଲ ଲେଖିଛନ୍ତି, ‘ଏହା ଭୁଲି ନହେବା ଭଳି ଜନ୍ମଦିନ ।  ଏହା ଅତ୍ୟନ୍ତ ଭୟାନକ କିନ୍ତୁ ଏଥିରୁ ବାହାରିବା ପାଇଁ ଆପଣ ସମସ୍ତଙ୍କର ପ୍ରାର୍ଥନା ଆବଶ୍ୟକ । ମୁଁ ଖୁବ୍ ଶୀଘ୍ର ଫେରିବି । '

Salil Ankola - pacer, actor, fighter - returns to 'first love' cricket |  Hindustan Times

୮୦ ଏବଂ ୯୦ଦଶକରେ ଟିମ୍ ଇଣ୍ଡିଆରେ ଅଂଶ ଗ୍ରହଣ କରିଥିବା ସଲିଲ ଅଙ୍କୋଲାଙ୍କୁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଏହାର ମୁଖ୍ୟ ଚୟନକର୍ତ୍ତା ଭାବରେ ଚୟନ କରିଥିଲା । ତାଙ୍କ କ୍ରିକେଟ୍ କ୍ୟାରିୟରରେ ସଲିଲ ଅଙ୍କୋଲା ମୁମ୍ବାଇର ଜଣେ ଦ୍ରୁତ ବୋଲର ଥିଲେ ଏବଂ ୧୯୮୯ ରେ ପାକିସ୍ତାନ ବିପକ୍ଷରେ ସଚିନ ତେନ୍ଦୁଲକରଙ୍କ ସହିତ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ, ଯଦିଓ ଏହା ତାଙ୍କର ପ୍ରଥମ ଏବଂ ଶେଷ ଟେଷ୍ଟ ମ୍ୟାଚ ଥିଲା କିନ୍ତୁ ଏଥିରେ ସେ ଦୁଇଟି ୱିକେଟ୍ ନେଇଥିଲେ ।

Former cricketer turned actor Salil Ankola to make a big screen return

ସଲିଲ କ୍ରିକେଟ୍ ଛାଡି ଫିଲ୍ମ ଜଗତରେ ପାଦ ରଖିଥିଲେ ।  ସେ କିଛି ହିନ୍ଦୀ ଫିଲ୍ମ ଏବଂ ଟିଭି ସିରିଏଲରେ ଅଭିନୟ କରିଥିଲେ । ସଲିଲ ୨୦୦୬ ମସିହାରେ ବିଗ୍ ବସ୍ ରେ ମଧ୍ୟ ଭାଗ ନେଇଥିଲେ ।  ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଥିଲା ଏବଂ ସେ ଡିପ୍ରେସନ୍ ର ଶିକାର ହୋଇଥିଲେ । ଏହା ପରେ ସେ ୨୦୧୧ ରେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ପରେ ୨୦୧୩ ରେ ପୁନର୍ବାର ବିବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.