ପୂର୍ବତନ ବିଜେପି ବିଧାୟକଙ୍କ ଝିଅ କହିଲେ, ପରିବାର ଲୋକ ଜବରଦସ୍ତ ତାଙ୍କୁ ଦେଉଥିଲେ ନିଶା ଇଞ୍ଜେକ୍ସନ, ପଢ଼ନ୍ତୁ ପୂରା କାହାଣୀ

Published By : Prameya-News7 Bureau | October 20, 2019 IST

ଭୋପାଳ୨୦|୧୦: ଜଣେ ପୂର୍ବତନ ବିଜେପି ବିଧାୟକଙ୍କ ୨୮ ବର୍ଷ ବୟସ୍କା ଝିଅ ଭାରତୀ ସିଂହ ନିଜ ପରିବାର ଲୋକଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ପରିବାର ଲୋକ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ବେହୋସ କରି ଜବରଦସ୍ତ ଗୋଟିଏ ରୁମ୍‌ରେ ବନ୍ଦ କରି ରଖିଥିବା କଥା ଭାରତୀ କହିଛନ୍ତି। ଭାରତୀଙ୍କ ଇଚ୍ଛା ବିରୋଧରେ ଜଣେ ବିଧାୟକଙ୍କ ପୁଅ ସହ ତାଙ୍କର ବିବାହ କରି ଦେବା ପାଇଁ ପରିବାର ଲୋକ ଏଭଳି କରୁଥିବା ସେ ଅଭିଯୋଗ କରିଛନ୍ତି। ନିକଟରେ ସ୍ଥାନୀୟ ଗଣମାଧ୍ୟମରେ ଭାରତୀଙ୍କ ଭିଡିଓ ଓ ଅଡିଓ ପ୍ରସାରିତ ହେବା ପରେ ପ୍ରକୃତ ଘଟଣା ପର୍ଦ୍ଦାଫାଶ ହୋଇଛି। ମଧ୍ୟପ୍ରଦେଶର ଭୋପାଳ ବିଧାନସଭା ଆସନର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର ନାଥ ସିଂହଙ୍କ ଝିଅ ଭାରତୀ ସିଂହ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଭୋପାଳର କମଲନଗର ଥାନର ଅଧିକାରୀ ବିଜୟ ସିସୋଦିୟାଙ୍କ କହିବା ଅନୁସାରେ ଅକ୍ଟୋବର ୧୬ ତାରିଖରେ ସୁରେନ୍ଦ୍ରଙ୍କ ଝିଅ କୁଆଡ଼େ ଚାଲି ଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଅକ୍ଟୋବର ୧୫ ତାରିଖରୁ ଝିଅ କୁଆଡ଼େ ଚାଲି ଯାଇଥିବା କଥା ଏତଲାରେ ସେ ଉଲ୍ଲେଖ କରିଥିଲେ।  ଏପରିକି ସୁରେନ୍ଦ୍ର ଏତଲାରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଝିଅ ଜଣେ ମାନସିକ ରୋଗୀ। ମଧ୍ୟପ୍ରଦେଶର ପୂର୍ବତନ  ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅତି ଖାସ୍ ଲୋକ ହେଉଛନ୍ତି ସୁରେନ୍ଦ୍ର ସିଂହ ବୋଲି କୁହାଯାଏ।

ସୂଚନାଯୋଗ୍ୟ ଯେ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଓ ଅଡିଓରେ ଭାରତୀ ସିଂହ ନିଜ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଭାରତୀ କହିଛନ୍ତି ପରିବାର ଲୋକଙ୍କ ନିର୍ଯାତନା ସହି ନପାରି ସେ ଘର ଛାଡ଼ି ଚାଲି ଯାଇଛନ୍ତି। ପରିବାର ଲୋକ ଭାରତୀଙ୍କ ଇଚ୍ଛା ବିରୋଧରେ ଜଣେ ବିଧାୟକଙ୍କ ପୁଅ ସହ ବିବାହ କରିବାକୁ ଚାହୁଁଛନ୍ତି। ପରିବାର ଲୋକଙ୍କ କଥା ନମାନିବାରୁ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ବେହୋସ କରି ଗୋଟିଏ ରୁମ୍‌ରେ ବନ୍ଦ କରି ରଖିଥିଲେ। ପରିବାର ଲୋକଙ୍କ ଅତ୍ୟାଚାର ତାଙ୍କ ପ୍ରତି ବଢ଼ିବାରୁ ସେ ଘର ଛାଡିବାକୁ ବାଧ୍ୟ ହେଲେ ବୋଲି ଶେଷରେ ଭାରତୀ କହିଛନ୍ତି।

ଭାରତୀୟ ଆହୁରି ମଧ୍ୟ କହିଛନ୍ତି ସେ ମାନସିକ ଭାବେ ବିଲକୁଲ ଠିକ୍ ଅଛନ୍ତି। ହେଲେ ତାଙ୍କ ପରିବାର ଲୋକ ଥାନରେ ମିଥ୍ୟ ଦସ୍ତାବିଜ୍ ତାଙ୍କ ବିରୋଧରେ ଦାଖଲ କରିଛନ୍ତି। ଭାରତୀଙ୍କ ଭାଇ ଶୁସୀଲ ତାଙ୍କୁ ମାରପିଟ୍ କରନ୍ତି। ଦୀର୍ଘ ୧୦ ବର୍ଷଧରି ଏଭଳି ପରିବାର ଲୋକ ତାଙ୍କୁ ନିର୍ଯାତନା ଦେଉଥିଲେ। ଏଭଳି ୧୦-୨୦ ଥର ହେବାରୁ ସେ ଘର ଛାଡ଼ିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର ସିଂହଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଥିଲେ ହେଲେ ଯୋଗାଯୋଗ ହୋଇପାରି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.