Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଦେଶରୁ ଶେଷ ନ ହେବା ଯାଏଁ ଜୋତା ଚପଲ ନ ପିନ୍ଧିବାକୁ ସଂକଳ୍ପ ନେଲେ ବିଜେପି ନେତା

30/08/2020 at 4:01 PM

ସାସରାମ ୩୦/୦୮ : କରୋନା ଭାଇରସରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ସାବଧାନତା ପଦକ୍ଷେପ ଅବଲମ୍ବନ କରୁଛନ୍ତି| କରୋନାକୁ ଦୂରେଇବା ପାଇଁ କିଛି ଲୋକେ ଅଜବ ଆବ ସଂକଳ୍ପ ମଧ୍ୟ ନେଉଛନ୍ତି | ବିହାର ସାସରାମରୁ ଏହିଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି | ବିଜେପିର ପୂର୍ବତନ ବିଧାୟକ ୬୫ ବର୍ଷ ବୟସ୍କ ଜବାହର ପ୍ରସାଦ ଗତ ୬ ମାସ ହେଲା ଜୋତା ଚପଲ ପିନ୍ଧୁ ନାହାନ୍ତି | ଯେପର୍ଯ୍ୟନ୍ତ କରୋନା ଦେଶରୁ ସମ୍ପୂର୍ଣ ଶେଷ ନ ହୋଇଛି ସେପର୍ଯ୍ୟନ୍ତ ସେ ଜୋତା ଚପଲ ପିନ୍ଧିବେନି ବୋଲି ସଂକଳ୍ପ ନେଇଛନ୍ତି |

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସରୁ ସେ ଜୋତା ଚପଲ ତ୍ୟାଗ କରିଛନ୍ତି | ଯେଉଁ କାର୍ଯ୍ୟକ୍ରମକୁ ଗଲେ ମଧ୍ୟ ସେ ଖାଲି ପାଦରେ ଯାଆନ୍ତି | ତାଙ୍କର ଏହି ସଂକଳ୍ପକୁ ନେଇ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ହେଉଛି | ଯେତେ ଅସୁବିଧା ହେଲେ ମଧ୍ୟ ସେ ନିଜ ସଂକଳ୍ପ ଭାଙ୍ଗି ନାହାନ୍ତି | ଜ୍ୟୋଷ୍ଠ ମାସ ଖରାରେ ବି ଖାଲି ପାଦରେ ଗାଁ ଦାଣ୍ଡରେ ବୁଲୁଥିବା ତାଙ୍କୁ ଲୋକେ ଦେଖିଛନ୍ତି |

ଜବାହର ପ୍ରସାଦ ବିଜେପି ସହ ଜଡିତ ଏବଂ ଗତ ବିଧାନସଭା ନିର୍ବାଚନରେ ​​ଅଳ୍ପ ବ୍ୟବଧାନରେ ନିର୍ବାଚନ ହାରିଥିଲେ । ଏଭଳି ପରିସ୍ଥିତିରେ ବିରୋଧୀମାନେ କହିଛନ୍ତି ଯେ ଏହା ହେଉଛି ତାଙ୍କର ନିର୍ବାଚନ ଷ୍ଟଣ୍ଟ। ଲୋକଙ୍କ ସହାନୁଭୂତି ପାଇବା ପାଇଁ ସେ ଏସବୁ କରୁଛନ୍ତି | କିନ୍ତୁ ଏହିଭଳି କିଛି ଘଟିବ ନାହିଁ ବୋଲି ବିରୋଧୀ ଆକ୍ଷେପ କରି କହିଛନ୍ତି | ଏହିପରି ଧାର୍ମିକ ପ୍ରବୃତ୍ତି ହେତୁ ସେ ପୂର୍ବରୁ ମଧ୍ୟ ଚପଲ ଜୋତା କମ ବ୍ୟବହାର କରୁଥିଲେ | ବିହାରରେ ବର୍ତ୍ତମାନ ନିର୍ବାଚନ ଋତୁ ଚାଲିଛି । ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ସହ ଜଡିତ ଲୋକଙ୍କ ସମସ୍ତ ଗତିବିଧି ଉପରେ ବିରୋଧୀ ନଜର ରଖିଥାନ୍ତି |

   Related Posts