Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ପୂର୍ବତନ ବିଜେପି ବିଧାୟକଙ୍କ କାରନାମା : କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର, ଅଫିସ ଭିତରେ ପଶି ନିସ୍ତୁକ ପିଟିଲେ ପରିବାର ଲୋକେ

10/01/2021 at 5:45 PM

ବାରଣାସୀ ୧୦/୦୧ : ଉତ୍ତର ପ୍ରଦେଶର ବାରଣାସୀରେ ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ପୂର୍ବତନ ବିଜେପି ବିଧାୟକଙ୍କୁ ମହଙ୍ଗା ପଡିଛି । ସ୍ଥାନୀୟ ଲୋକେ ବାରଣାସୀର ଇଣ୍ଟର କଲେଜର ଚେୟାରମ୍ୟାନ୍‌ ତଥା ପୂର୍ବତନ ବିଜେପି ବିଧାୟକ ମାୟା ଶଙ୍କର ପାଠକଙ୍କୁ ନିସ୍ତୁକ ପିଟିବା ସହ କାନ ଧରି ବିଚ୍‌ ରାସ୍ତା ଉପରେ ଭୁଲ ମଗାଇଛନ୍ତି ।

 ପୂର୍ବତନ ବିଧାୟକ ମାୟା ଶଙ୍କର ପାଠକ ତାଙ୍କୁ ଅସଦାଚରଣ କରିଥିବା ପୀଡିତା ଛାତ୍ରୀଜଣକ ପ୍ରଥମେ ନିଜ ପରିବାର ଲୋକଙ୍କୁ କହିଥିଲେ । ଏହା ପରେ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ କଲେଜ ଭିତରେ ହିଁ ପାଠକଙ୍କୁ ନିସ୍ତୁକ ପିଟିଥିଲେ ଏବଂ ଏହାର ଭିଡିଓ ମଧ୍ୟ ତିଆରି କରିଥିଲେ । ତେବେ ବାରଣାସୀ ପୋଲିସ ଘଟଣାର ତଦନ୍ତ ଭାର ହାତକୁ ନେଇଛି ।

ସୂଚନା ଅନୁସାରେ ପୂର୍ବତନ ବିଧାୟକ ମାୟା ଶଙ୍କର ପାଠକ ବାରଣାସୀର ଭଗତୁଆରେ ଗୋଟିଏ କଲେଜ ଚଳାନ୍ତି । ତେବେ ପୀଡିତା କଲେଜ ଛାତ୍ରୀଙ୍କୁ ନିଜ ଅଫିସକୁ ଡାକି ଅଶ୍ଳୀଳ ବ୍ୟବହାର କରିଥିଲେ ଏହି ପୂର୍ବତନ ବିଧାୟକ । ଏହା ପରେ ଛାତ୍ରୀଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଉତ୍ତ୍ୟକ୍ତ ପରିବାର ଲୋକେ କଲେଜ ମଧ୍ୟରେ ପଶି ଅଫିସ ଭିତରେ ମାୟାଧର ପାଠକଙ୍କୁ ପିଟିଥିଲେ ଏବଂ ପରେ ବାହାରକୁ ଆଣି ଚେୟାରରେ ବସାଇ ମାଡ ମାରିଥିଲେ । ଏହି ଘଟଣା ପାଇଁ ପୂର୍ବତନ ବିଜେପି ବିଧାୟକ ମାରମ୍ବାର ଭୁଲ ମାଗିଥିଲେ ମଧ୍ୟ ଯୁବତୀଙ୍କ ପରିବାର ଲୋକେ କିଛି ଣୁଣିନଥିଲେ ।

ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ତେବେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଥାନାଧିକାରୀ ଅଭିଷେକ କୁମାର ପାଣ୍ଡେ କହିଛନ୍ତି, ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ । ମାୟା ଶଙ୍କର ପାଠକ ୧୯୯୧ରେ ବାରାଣାସୀର ଚିରାଇଗାଁଓ ବିଧାନସଭା କ୍ଷେତ୍ରରୁ ବିଜେପି ବିଧାୟକ ଥିଲେ ।  

   Related Posts