ପୂର୍ବତନ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୁତ୍ରବଧୂ: ମାମଲା ରୁଜୁକଲା ପୋଲିସ୍

Published By : Prameya-News7 Bureau | August 11, 2019 IST

ନୂଆଦିଲ୍ଳୀ୧୧|୮: ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ମନୋଜ ଶୋକିନଙ୍କ ନାଁରେ ଦୁଷ୍କର୍ମଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ବୋହୂ । ବନ୍ଧୁକ ମୂନରେ ଦୁଷ୍କର୍ମ କରିବା ସହ ଏହି କଥା କାହାକୁ କହିଲେ ଜୀବନରୁ ମାରିଦେବା ପାଇଁ ଶୋକିନ୍ ଧମକ ଦେଉଥିଲେ ବୋଲି ନିଜ ଶ୍ବଶୁରଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ବୋହୂ।ଦୁଷ୍କର୍ମ ଓ ବନ୍ଧୁକ ଦେଖାଇ ଧମକା ଦେବା ଅଭିଯୋଗରେ ପୂର୍ବତନ ବିଧାୟକ ମନୋଜ ଶୋକିନଙ୍କ ନାଁରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି।

ପୁଲିସ କହିବାନୁଯାୟୀ, ଗୁରୁବାର ଦିନ ପୀଡିତା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ,୨୦୧୮ ମସିହା ଡିସେମ୍ବର ୩୧ ତାରିଖ ରାତିରେ ଶୋକିନ ବନ୍ଧୁକ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲା।ପୁଣି ଏଇବର୍ଷ ବର୍ଷ ଜାନୁଆରୀ ମାସ ୧ ତାରିଖରେ ଅନୁରୂପ ଭାବେ ତାଙ୍କ ସହ ଶ୍ବଶୁର ଶୋକିନ୍ ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ପୀଡିତା ବୋହୂ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ନାଙ୍ଗଲୋଇ ବିଧାନସଭା ଆସନରୁ ମନୋଜ ଶୋକିନ୍ ଦୁଇ ଦୁଇଥର ବିଜେପି ଦଳରୁ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ।ହେଲେ ଏହି ବିଧାୟକଙ୍କ ନାଁରେ ବର୍ତ୍ତମାନ ପୋଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

 ପୀଡିତାଙ୍କ କହିବାନୁଯାୟୀ, ୨୦୧୮ ମସିହା ଡିସେମ୍ବର ୩୧ ତାରିଖରେ ପୀଡ଼ିତାଙ୍କ ସ୍ବାମୀ, ଭାଇ ଓ ସଂପର୍କୀୟ ଭାଇଙ୍କ  ସହ ବାପଘରୁ ସେ ଫେରୁଥିଲେ। ସେହି ସମୟରେ ମୀରାବାଗରେ ଥିବା ଶ୍ବଶୁର ଘରକୁ ନେବା ବଦଳରେ ଏକ ହୋଟେଲକୁ ତାଙ୍କ ସ୍ବାମୀ ନେଇଯାଇଥିଲେ।୩୧ ଡିସେମ୍ବର ହୋଇଥିବାରୁ ନୂଆ ବର୍ଷ ପାଇଁ ସେହି ହୋଟେଲରେ ଉତ୍ସବ ପାଳନ କରାଯାଉଥିଲା।ରାତିରେ ଉତ୍ସବ ଶେଷ ହେବା ପରେ ରାତି ପ୍ରାୟ ୧୨.୩୦ଟାରେ ସ୍ବାମୀ-ସ୍ତ୍ରୀ ଘରକୁ ଫେରିଥିଲେ। ଘରେ ସ୍ତ୍ରୀଙ୍କୁ ଛାଡିବା ପରେ ସାଙ୍ଗମାନଙ୍କ ସହ ସ୍ବାମୀ ଚାଲିଯାଇଥିଲେ।

ଏହାପରେ ଶୋକିନଙ୍କ ବୋହୂ ଶୋଇବା ପାଇଁ ନିଜ ରୁମକୁ ଚାଲିଯାଇଥିଲେ। ତେବେ ରାତି ପ୍ରାୟ ୧.୩୦ରେ ଶ୍ବଶୁର(ମନୋଜ କୁମାର ଶୋକିନ) କଥା ହେବା ବାହାନାରେ  ବୋହୂଙ୍କୁ ଡାକିଥିଲା।ପୀଡିତା ବୋହୂ କବାଟ ଖୋଲିବା ପରେ ଶୋକିନ ମଦପିଇ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ।ସେ ବିରୋଧ କରିବାରୁ ତାଙ୍କୁ ବନ୍ଧୁକ ଦେଖାଇବା ସହ ଭାଇଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ସେହିଭଳି ଏଇବର୍ଷ ଜାନୁଆରୀ ୧ ତାରିଖରେ ଶୋକିନ ବନ୍ଧୁକ ଦେଖାଇ ପୁଣି ତାଙ୍କ ସହ ଦୁଷ୍କର୍ମ କରିଥିବା କଥା ପୀଡିତା ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

ପୀଡିତା ଆହୁରୀ ମଧ୍ୟ କହିଛନ୍ତି, ଏଇମାସ ଅଗଷ୍ଟ ୭ ତାରିଖରେ ତାଙ୍କ ବାପା-ମାଆଙ୍କୁ ଅସମ୍ମାନ କରିବା ସହ  ତାଙ୍କୁ ଯୌତୁକ ନିର୍ଯାତନା ମଧ୍ୟ ଶ୍ବଶୁର ଘର ଦେଉଥିଲେ। ଏଥିସହ ତାଙ୍କ ବାପା-ମାଆଙ୍କୁ ବହୁତ  ହରାଇଣ ହରକତ୍ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.