ପୂର୍ବତନ ବିଜେପି ଜିଲ୍ଲାଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା, ମର୍ଣ୍ଣିଂଓ୍ୱାକ୍ ପାଇଁ ଯାଇଥିଲେ ବାହାରକୁ

Published By : Prameya-News7 Bureau | August 11, 2020 IST

ବାଗପାତ ୧୧।୦୮: ବିଜେପିର ପୂର୍ବତନ ଜିଲ୍ଲାଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା।  ଉତ୍ତରପ୍ରଦେଶର ବାଗପାତରେ ବିଜେପିର ପୂର୍ବତନ ଜିଲ୍ଲାଧ୍ୟାକ୍ଷ ସଂଜୟ ଖୋଖରଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ସଂଜୟ ମଙ୍ଗଳବାର ସକାଳ ସମୟରେ ତିଲଓ୍ୱାଡ଼ା ମାର୍ଗରେ ବୁଲୁଥିବା ସମୟରେ ଗୁଳିମାଡ ହୋଇଛି । ଆକ୍ରମଣକାରୀମାନେ ସଂଜୟଙ୍କୁ ଚାରୋଟି ଗୁଳି ମାରିଥିବା ସୂଚନା ରହିଛି ।

ତେବେ ବିଜେପିର ଏହି ପୂର୍ବତନ ଜିଲ୍ଲାଧ୍ୟାକ୍ଷଙ୍କ ହତ୍ୟା ଖବର ପାଇବା ପରେ ଏସ୍‌ପି ଓ ସ୍ଥାନୀୟ ଥାନାଧିକାରୀ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାକୁ ନେଇ ସ୍ଥାନୀୟ ବିଜେପି ନେତାଙ୍କ ମଧ୍ୟରେ ଖୁବ୍‌ ଆକ୍ରୋଶ ଦେଖିବାକୁ ମିଳିଛି । ଗତ ଦୁଇମାସ ମଧ୍ୟରେ ଛପରୋଲି କ୍ଷେତ୍ରରେ ତିନିଜଣଙ୍କୁ ହତ୍ୟା କରାଯାଇଛି।

ପୋଲିସ ଅଧିକ୍ଷକ ଅଜୟ କୁମାର ସିଂହ କହିଛନ୍ତି ଯେ, ଛପରୋଲି ଅଞ୍ଚଳର ତିଳଓ୍ୱାଡ଼ା ନିବାସୀ ୫୨ ବର୍ଷୀୟ ସଂଜୟ ଶେଖର ଆଜି ସକାଳ ସମୟରେ ମର୍ଣ୍ଣିଂଓ୍ୱାକ୍‌ରେ ବୁଲୁଥିଲେ । ଠିକ୍‌ ଏହି ସମୟରେ ଆକ୍ରମଣକାରୀ ମାନେ ଆସି ଧଡ଼ାଧଡ଼ ଗୁଳିମାଡ କରିଥିଲେ । ତେବେ ଲଗାତର ଭାବେ ଗୁଳିମାଡ଼ କରିବା ଦ୍ୱାରା ସଂଜୟଙ୍କ ହିଁ ଘଟଣାସ୍ଥଳରେ ମୃତ୍ୟୁବରଣ ହୋଇଥିଲା । ସେହିପରି ଘଟଣାର ଖବର ପାଇଁ ସ୍ଥାନୀୟ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଆକ୍ରମଣକାରୀଙ୍କ ତଲାସୀ ଜାରି ରଖିଛି । ସଂଜୟ ଖୋଖର ତିନି ବର୍ଷ ଯାଏଁ ବାଗପାତରେ ବିଜେପିର ଜିଲ୍ଲାଧ୍ୟାକ୍ଷ ଭାବେ ନିଜର କାର୍ଯ୍ୟକାଳ ପୂରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.