Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନବୀନ ନନ୍ଦ ନିଲମ୍ବିତ

2/07/2018 at 10:41 AM

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ବିଜେଡି ନିଲମ୍ବିତ କରିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଲମ୍ବନ ଆଦେଶ ଦେଇଥିବା ଦଳର ସମ୍ପାଦକ ବିଜୟ ନାଏକ ସୂଚନା ଦେଇଛନ୍ତି |
ସୂଚନାଯୋଗ୍ୟ ଯେ, କୋଲକାତାର ପାର୍କ ଷ୍ଟ୍ରିଟର ଏକ ସ୍ପାରୁ ୨୭ ତାରିଖରେ ନବୀନ ନନ୍ଦଙ୍କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଥିଲା | ସେଠାରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ଏକ ଖବର କାଗଜରେ ଖବର ପ୍ରକାଶ ପାଇଥିଲା | ତେବେ ନବୀନ କହିଥିଲେ ଯେ,୨୭ ତାରିଖ ଅପରାହ୍ନରେ ପାର୍କ ଷ୍ଟ୍ରିଟରେ ତାଙ୍କର ପକେଟମାର ହୋଇଥିଲା | ପକେଟମାର କରିଥିବା ଚୋର ପଛରେ ସେ ଗୋଡ଼ାଇଥିଲେ | ଚୋର ସ୍ପା ମଧ୍ୟରେ ପଶିଯାଇଥିଲା | ସେତେବେଳକୁ ସ୍ପା ମଧ୍ୟରେ ପୋଲିସ ଛାପା ମାରୁଥିଲା | ଫଳରେ ୯ ଜଣ ଦେହଜୀବୀଙ୍କ ସହ ତାଙ୍କୁ ମଧ୍ୟ ପୋଲିସ ଗିରଫ କରିନେଇଥିଲା | ତେବେ ଏହାର ୨ ଘଣ୍ଟା ମଧ୍ୟରେ ତାଙ୍କୁ ଜାମିନରେ ଛାଡି ଦିଆଯାଇଥିଲା | ଗିରଫ କରିବା ପରେ ତାଙ୍କ ଫୋନ ଛଡାଇ ନିଆଯାଇଥିଲା | ସେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରିନଥିଲେ | ଯାହା ଫଳରେ ସେ ନିଖୋଜ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା |
କିନ୍ତୁ ନବୀନ ନନ୍ଦଙ୍କୁ ସ୍ପାରୁ ପୋଲିସ ଗିରଫ କରିଥିବା ଜଣାପଡିବା ପରେ ବିଜେଡିକୁ ବିଜେପି ପ୍ରଚଣ୍ଡ ସମାଲୋଚନା କରିବା ସହ ଏହି ଚରିତ୍ର ପ୍ରସଙ୍ଗ ଉଠାଇଛି | ଏହା ପରେ ପରେ ନବୀନ ନନ୍ଦଙ୍କୁ ଦଳର ସୁପ୍ରିମୋ ନିଲମ୍ବିତ କରିଛନ୍ତି |

   Related Posts