ମୁମୂର୍ଷୁ ଅବସ୍ଥାରେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର, ପେନସନ କାମ ପାଇଁ ଯାଇ ନିଖୋଜ ଥିଲେ

Published By : Prameya-News7 Bureau | November 11, 2021 IST

ଖୋର୍ଦ୍ଧା ୧୧: ମୁମୂର୍ଷୁ ଅବସ୍ଥାରେ ନିଖୋଜ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର ହୋଇଛନ୍ତି । ଖୋର୍ଦ୍ଧାର ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ହେଉଛନ୍ତି ବୈଦ୍ୟନାଥ ସାହୁ । ସେ ନିଜ ପେନସନ କାର୍ଯ୍ୟ ପାଇଁ ବୁଧବାର ବାଣପୁର ବ୍ଲକ୍ ଲହଙ୍ଗାଡିହ ସ୍ଥିତ ନିଜ ବାସଭବନରୁ ଖୋର୍ଦ୍ଧା ଯାଇଥିଲେ । ମାତ୍ର ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଚାରିଆଡେ ଖୋଜା ଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା ।

ତେବେ ଗୁରୁବାର ଜଙ୍କିଆ ଥାନା ମୋଟା କାଜୁ ଜଙ୍ଗଲରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା କରାଯିବା ପରେ ଗୁରୁତର ହେବାରୁ ଭୁବନେଶ୍ବର AIIMSକୁ ସ୍ଥାନାନ୍ତର କରାଯାଇଛି। ବୈଦ୍ୟନାଥ ସାହୁ ଅଚେତ ଥିବା ଜଣାପଡିଛି । ତାଙ୍କ ବେକ ଓ ପେଟରେ ଆଘାତ ଲାଗିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.