Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିସିସିଆଇର ପୂର୍ବତନ ଚୟନକର୍ତ୍ତା କିଶନ ରୁଙ୍ଗଟାଙ୍କ ପରଲୋକ: କରୋନାରେ ଥିଲେ ସଂକ୍ରମିତ

2/05/2021 at 2:37 PM

ନୂଆଦିଲ୍ଲୀ ୦୨/୦୫ : ବର୍ତ୍ତମାନ ସାରା ଦୁନିଆ କରୋନା ବିରୋଧରେ ସଂଗ୍ରାମ କରୁଛି। କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଦେଶରେ ମଧ୍ୟ ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଉଛି। ଦେଶରେ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇଛି। ଦ୍ୱିତୀୟ ଲହର ଅନେକ ଜଣାଶୁଣା ହସ୍ତୀଙ୍କ ଜୀବନ ନେଇ ସାରିଲାଣି। ସାଧାରଣ ଜନତାଙ୍କ ସହ ଅନେକ ସେଲିବ୍ରିଟି ଓ ହସ୍ତୀ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଭାରତୀୟ କ୍ରିକେଟ ଜଗତରୁ ଏକ ଦୁଃସମ୍ବାଦ ଆସିଛି।

ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ପୂର୍ବତନ ଚୟନକର୍ତ୍ତା ଓ ରାଜସ୍ଥାନର ପୂର୍ବତନ କ୍ୟାପଟେନ କିଶନ ରୁଙ୍ଗଟାଙ୍କ ଦେହାନ୍ତ ହୋଇଛି। ଗତ ସପ୍ତାହରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଜୟପୁର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ କରୋନା ଯୁଦ୍ଧରେ ସେ ହାରି ଯାଇଛନ୍ତି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।

ବିସିସିଆଇ କିଶନ ରୁଙ୍ଗଟାଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛି। ବିସିସିଆଇ କହିଛି ଯେ ରାଜସ୍ଥାନର ପୂର୍ବତନ ପ୍ରଥମ ଶ୍ରେଣୀର କ୍ରିକେଟର ଓ ପୂର୍ବତନ ରାଷ୍ଟ୍ରୀୟ ଚୟନକର୍ତ୍ତା କିଶନ ରୁଙ୍ଗଟାଙ୍କର କରୋନାରେ ଦେହାନ୍ତ ହୋଇଛି।

   Related Posts