ଅକ୍ଷୟ କୁମାରଙ୍କୁ ପୂର୍ବ ଦସ୍ୟୁସର୍ଦ୍ଦାର ମଲଖାନ ସିଂହଙ୍କ ଚେତାବନୀ, ଜାଣନ୍ତୁ କହିଛନ୍ତି କ’ଣ
26/09/2019 at 9:34 PM

ମଥୁରା: ବଲିଉଡ୍ ଅଭିନେତା ତଥା ନିର୍ମାତା ଅକ୍ଷୟ କୁମାରଙ୍କୁ ଚେତାବନୀ ଦେଇଛନ୍ତି ପୂର୍ବତନ ଦସ୍ୟୁ ସର୍ଦ୍ଦାର ମଲଖାନ ସିଂହ। ଅକ୍ଷୟ କୁମାରଙ୍କୁ ତାଙ୍କ ଫିଲ୍ମ ‘ପୃଥ୍ୱୀରାଜ’ ଲାଗି ସେ ଏହି ଚେତାବନୀ ଦେଇଥିବା ବେଳେ ଇତିହାସ ଯେପରି କଦର୍ଥ କରାନଯାଏ ସେଥିଲାଗି ସତର୍କ କରାଇଦେଇଛନ୍ତି। ଯଦି ଏପରି କିଛି ହୁଏ ଫିଲ୍ମର ପ୍ରଦର୍ଶନକୁ ବିରୋଧ କରି ନ୍ୟାୟାଳୟଙ୍କ ଶରଣାପନ୍ନ ହେବେ ବୋଲି କହିଛନ୍ତି।

ମଲଖାନ କହିଛନ୍ତି ଯେ ପୃଥ୍ୱୀରାଜଙ୍କ ସାମନ୍ତ ତଥା ମଧ୍ୟପ୍ରଦେଶ ଟିକମ ଗଡରେ ଗଡକୁଣ୍ଡା କିଲ୍ଲା ସ୍ଥାପନା କରିଥିବା ମହାରାଜା ଖେତ୍ ସିଂହକୁ ଫିଲ୍ମରେ ଉଚ୍ଚିତ ପ୍ରାଧାନ୍ୟ ମିଳିବା ଦରକାର । ମଲଖାନ ଗତ ମଙ୍ଗଳବାର ବୃନ୍ଦାବନ ମନ୍ଦିର ଦର୍ଶନ ଲାଗି ଆସିଥିବା ବେଳେ ସାମ୍ବାଦିକମାନଙ୍କ ଜରିଆରେ ଏହି ଚେତାବନୀ ଦେଇଥିଲେ। ଯଦି ଅକ୍ଷୟ ଇତିହାସ ଜାଣି ନାହାନ୍ତି ତେବେ ପଚାରନ୍ତୁ, ହେଲେ ବ୍ୟବସାୟୀକ ଉଦ୍ଦେଶ୍ୟରେ ଇତିହାସକୁ କଦର୍ଥ ନ କରନ୍ତୁ ବୋଲି କହିଛନ୍ତି ମଲଖାନ।
Elated to share about my 1st historical film on my birthday!Humbled to have the opportunity to play a hero I look up to for his valor & values- Samrat Prithviraj Chauhan in one of my biggest films #Prithviraj.
— Akshay Kumar (@akshaykumar) September 9, 2019
Producer @yrf,director #DrChandraprakashDwivedi, releasing Diwali 2020 pic.twitter.com/Q2nD5KE3KR
ଯଦି ଫିଲ୍ମରେ ଇତିହାସକୁ କଦର୍ଥ କରାଯିବା ଭଳି କିଛି କରାଯାଏ ତେବେ ସେ ଏହାକୁ ବିରୋଧ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ପୂର୍ବରୁ ଦସ୍ୟୁଥିବା ମଲଖାନ ଗତ ସାଧାରଣ ନିର୍ବାଚନରେ ଧରୋହରାରୁ ନିର୍ବାଚନ ଲଢିଥିଲେ। ଗତ ଦିନରେ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ମଧ୍ୟ ସ୍ୱାଗତ କରିଥିଲେ। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଥିଲେ।