Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବାଲୁଗାଁ ପୂର୍ବତନ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍, ଘରୁ ମିଳିଲା ବନ୍ଧୁକ

18/08/2020 at 9:44 AM

କଟକ ୧୮।୮: ବାଲୁଗାଁ ପୂର୍ବତନ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ସମେତ ମୋଟ୍‌ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ । କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡାରେ ଚଢାଉ ଜାରି ରହିଛି । କଟକ ହିନ୍ଦୋଳକୋଟି ଛକ ମହୁମାଛି ଗଳିସ୍ଥିତ ବାସଭବନରେ ମଧ୍ୟ ୫ ଜଣିଆ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି ।

ଚଢାଉ ସମୟରେ କଟକ ସ୍ଥିତ ଘରୁ ଏକ ବନ୍ଧୁକ ମିଳିଥିବା ସୂଚନା ମିଳିଛି । ବନ୍ଧୁକର ଲାଇସେନ୍ସ ଦେଖାଇ ନପାରିଲେ ଆଉ ଏକ ମାମଲା ରୁଜୁ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅକ୍ଷୟ ମିଶ୍ର ।

ପୂର୍ବରୁ ମଧ୍ୟ ୧୯୯୯ ମସିହାରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଏହାପରେ ସମ୍ପତ୍ତି ବଢିବାରୁ ପୁଣି ଥରେ ଚଢାଉ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି । ସେପଟେ ଜାଣିଶୁଣି ଏପରି ରେଡ୍ କରାଯାଉଥିବା କହିଛନ୍ତି ଅଭୟ ଜେନା ।

   Related Posts