ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | August 02, 2021 IST

ଭୁବନେଶ୍ବର ୦୨/୦୮ : ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଅରୁଣ ଦେ’ ଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୭୬ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି । ବାଲେଶ୍ବରରୁ ୫ ଥର ବିଧାୟକ ଥିଲେ ଅରୁଣ ଦେ’ ।

ବାଲେଶ୍ବର ରାଜନୀତିରେ ଅରୁଣ ଦେ’ ଙ୍କ ବେଶ ଦବଦବା ରହିଥିଲା । ସଦର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ପ୍ରଥମେ କମ୍ୟୁନିଷ୍ଟ ପାର୍ଟିରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ ସେ । ପରେ ୧୯୮୦ ଏବଂ ୧୯୯୦ ମସିହାରେ ପୁଣି ସିପିଆଇରୁ ଲଢି ବିଜୟୀ ହୋଇଥିଲେ । କିନ୍ତୁ ୧୯୯୫ରେ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ ସୁଦ୍ଧା ବିଜୟୀ ହୋଇଥିଲେ । ପରେ ୨୦୦୪ ମସିହାରେ ଓଡିଶା ଜନ ପରିଷଦ ଟିକେଟ୍‌ରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.