RTI କର୍ମୀଙ୍କୁ ସୂଚନା ନଦେବା ପଡିଲା ମହଙ୍ଗା : ବାଲେଶ୍ବର ତତ୍କାଳୀନ ଏସ୍‌ପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମନା

Published By : Prameya-News7 Bureau | January 22, 2021 IST

ସୋର ୨୨।୧: ଆରଟିଆଇ କର୍ମୀଙ୍କୁ ସୂଚନା ନଦେବାରୁ ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜରିମନା କରାଯାଇଛି ।

୨୦୧୬ ମସିହାରେ ସିମୁଳିଆ, ଖଇରା, ସୋର ଥାନାରେ ଏକ କାଳୀନ ୩ ଟି ମାମଲା ଘଟଣାରେ ଭୋଗରାଇ ଅଂଚଳର ସୁବ୍ରତ ବେହେରାଙ୍କୁ ଗିରଫ ଘଟଣାରେ ଆରଟିଆଇ କର୍ମୀ ବନଜା ମଞ୍ଜରୀ ମିଶ୍ର ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଆରଟିଆଇ ଆକ୍ଟରେ ତଥ୍ୟ ମାଗିଥିଲେ । ତତ୍କାଳୀନ ଏସପି କୌଣସି ତଥ୍ୟ ନଦେବାରୁ ବନଜା ୨୦୧୭ ମସିହାରେ ଭୁବନେଶ୍ବର ରାଜ୍ୟ ସୂଚନା କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ ।

ସୂଚନା କମିଶନର ୧୧ ଗୋଟି ତାରିଖ ରଖିଥିଲେ ମଧ୍ୟ ତତ୍କାଳୀନ ଏସପି ହାଜର ହୋଇନଥିଲେ କିମ୍ବା ସୂଚନା ପ୍ରଦାନ କରି ନ ଥିଲେ । ସେହି ମାମଲାରେ ସୂଚନା କମିଶନର ସୁଶୀଲ କୁମାର ମିଶ୍ର ରାୟର ଶୁଣାଣି କରି ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମନା ଦେବା ସହିତ ୭ଦିନ ମଧ୍ୟରେ ବନଜାଙ୍କୁ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାୟ ପ୍ରକାଶ ପରେ ବନଜା ନ୍ୟାୟ ପାଇବା ସହିତ କୌଣସି ବ୍ୟକ୍ତି କୌଣସି ଘଟଣାରେ ସୂଚନା ନପାଇଲେ ସୂଚନା କମିଶନରଙ୍କଠାରେ ନ୍ୟାୟ ପାଇବା ପାଇଁ ଆବେଦନ କରିବାକୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.