Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୂର୍ବତନ କ୍ରିକେଟ ଖେଳାଳି ଡିନ୍ ଜୋନ୍ସଙ୍କ ହୃଦଘାତରେ ପରଲୋକ

24/09/2020 at 4:54 PM

ମୁମ୍ବାଇ ୨୪/୦୯ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ ହୃଦଘାତରେ ମୁମ୍ବାଇରେ ଦେହାନ୍ତ ହୋଇଛି । ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ୧୯୮୪ ମସିହାରୁ ୧୯୯୨ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ୫୨ ଟି ଟେଷ୍ଟରେ ହାରାହାରି ୪୬.୫୫ ରେ ୩ ହାଜର ୬୩୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୧ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ୧୬୪ ଏକ ଦିବସୀୟ ମ୍ୟାଚରେ ୬ ହାଜର ୬୮ ରନ୍ କରିଥିଲେ । ଏକ ଦିବସୀୟ ମ୍ୟାଚରେ ସେ ୭ଟି ଶତକ ଓ ୪୬ଟି  ଅର୍ଦ୍ଧଶତକ ହାସଲ କରି ହାରାହାରି ୪୪.୬୧ ରନ୍ କରିଥିଲେ । ସେ ତାଙ୍କ ସମୟର ଶ୍ରେଷ୍ଠ ଏକ ଦିବସୀୟ ଖେଳାଳିଙ୍କ ମଧ୍ୟରେ ଜଣେ ଥିଲେ । ଡିନ୍ ଜୋନ୍ସ ଆଇପିଏଲ୍ ଅଫିସିଆଲ୍ ବ୍ରଡକାଷ୍ଟର ମନ୍ତବ୍ୟ ପ୍ୟାନେଲର ଏକ ଅଂଶ ଥିଲେ ଏବଂ ବର୍ତ୍ତମାନ ସେ ମୁମ୍ବାଇରେ ଥିଲେ।

ଷ୍ଟାର ସ୍ପୋର୍ଟସ ତାଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛି ଯେ ଦକ୍ଷିଣ ଏସିଆରେ କ୍ରିକେଟ୍ ବିକାଶ ସହ ନିଜକୁ ଯୋଡିବା ପାଇଁ ଡିନ୍ ଜୋନ୍ସ ଖେଳର ଅନ୍ୟତମ ମହାନ ରାଷ୍ଟ୍ରଦୂତ ଥିଲେ । ନୂତନ ପ୍ରତିଭା ଆବିଷ୍କାର କରିବା ଏବଂ ଯୁବ କ୍ରିକେଟର ବିକାଶ ପାଇଁ ତାଙ୍କର ବହୁତ ଆଗ୍ରହ ଥିଲା । ସେ ଜଣେ ଚାମ୍ପିୟନ ସମୀକ୍ଷକ ଥିଲେ, ଯାହାର ଉପସ୍ଥିତି ଏବଂ ଖେଳର ଉପସ୍ଥାପନା ସର୍ବଦା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଆନନ୍ଦ ଆଣିଥାଏ। ”

   Related Posts