ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ
23/11/2020 at 6:10 PM

ଗୌହ୍ଵାଟୀ୨୩।୧୧: ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ। ଗୌହାଟୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲ।। ସୋମବାର ସେ ଗୌହ୍ଵାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୫ଟା ୩୪ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ବହୁବିଧ ରୋଗରେ ପୀଡିତ ଗୋଗୋଇଙ୍କ ସ୍ଵାସ୍ଥ୍ୟବସ୍ଥା ପୂର୍ବରୁ ସଙ୍କଟାପନ୍ନ ଥିଲା। ଗୋଗୋଇଙ୍କ ନିଧନରେ ପ୍ରଧାନମନ୍ତ୍ରୀ ସମେତ ଅନେକ ବଡ ନେତା ଶୋକ ବ୍ୟକ୍ତ କରିଛନ୍ତି।
ଏହି କାରଣରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ ନିଜର କାର୍ଯ୍ୟକ୍ରମ ରଦ୍ଦ କରି ଡିବ୍ରୁଗଢରୁ ଗୌହ୍ଵାଟୀ ଫେରିଛନ୍ତି। ସୋମବାର ସକାଳେ ଡାକ୍ତର ଗୋଗୋଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ଦେଇଥିଲେ। ଆସାମର ସ୍ଵାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଶ୍ରୀ ଗୋଗୋଇଙ୍କ ସ୍ଥିତି ବହୁତ ଚିନ୍ତାଜନକ ଥିବା କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଯାଇ ପାରିନାହିଁ।
ସୂଚନା ଅନୁଯାୟୀ ଗୋଗୋଇଙ୍କ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥିଲା। ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଛଅ ଘଣ୍ଟା ପର୍ଯ୍ୟନ୍ତ ଡାଏଲିସିସ୍ ହୋଇଥିଲା। ତାଙ୍କର ସ୍ଵାସ୍ଥ୍ୟ ଏମିତି ସ୍ଥିତିରେ ପହଞ୍ଚି ଯାଇଥିଲା ଥିଲା ଯେ, ପୁନର୍ବାର ଡାଏଲିସିସ୍ ଦରକାର ନଥିଲା।
ଆସାମର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ୮୬ ବର୍ଷୀୟ ଗୋଗୋଇ ନଭେମ୍ବର ୨ରେ ଜିଏମଜିଏଚରେ ଭର୍ତ୍ତି ହୋଇଥିଲେ। ଶନିବାର ତାଙ୍କର ସ୍ଵାସ୍ଥ୍ୟ ବିଗିଡିବା ପରେ ଶନିବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗୋଗୋଇ ଅଗଷ୍ଟ ୨୫ ତାରିଖରେ କରୋନା ଚିହ୍ନଟ ହୋଇଥିଲେ। ପରବର୍ତ୍ତୀ ଦିନ ତାଙ୍କୁ ଜିଏମସିଏଚରେ ଭର୍ତ୍ତି କରାଯାଇଥିଲା। ପରେ ଅକ୍ଟୋବର ୨୫ରେ ହସ୍ପିଟାଲରୁ ତାଙ୍କୁ ଛୁଟି ମିଳିଥିଲା।