ବିଜେପିରେ ମିଶିଲେ ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢୀ ଏବଂ ତିଳୋତ୍ତମା ନାଏକ

Published By : Prameya-News7 Bureau | March 15, 2019 IST

ଭୁବନେଶ୍ବର ୧୫|୩: କଂଗ୍ରେସ ଛାଡି ବିଜେପିରେ ମିଶିଲେ ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢୀ । ତିଳୋତ୍ତମା ନାଏକ ମଧ୍ୟ ବିଜେପିରେ ମିଶିଛନ୍ତି । ସେ ମହିଳା କମିଶନ ସମସ୍ୟା ପଦରୁ ଇସ୍ତଫା ଦେଇଥିଲେ । ଉଭୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ମିଶିଛନ୍ତି ।

ସୂଚନାଯୋଗ୍ୟ ଯେ, ସରୋଜ ପାଢୀ ୧୯୯୫ରେ ଜନତା ଦଳରୁ ଆସ୍କା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୨୦୦୦ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ମଧ୍ୟ ପରାଜିତ ହୋଇଥିଲେ। ୨୦୦୪ରେ ସ୍ବାଧୀନ ବିଧାୟକ ଭାବେ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ୨୦୦୯ରେ ସ୍ବାଧୀନ ପ୍ରାର୍ଥୀ  ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.