Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଲୁଚି ଛପି ଜୀବନ ଜିଉଁଛନ୍ତି ଆଫଗାନିସ୍ତାନର ପୂର୍ବତନ ମହିଳା ଜଜ୍‌, ଅଜଣା ନମ୍ବରରୁ ଆସୁଛି ଧମକପୂର୍ଣ୍ଣ କଲ୍‌

22/09/2021 at 4:41 PM

କାବୁଲ ୨୨/୦୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠୁ ସେଠାକର ଲୋକେ ଭୟରେ ଜୀବନ ବିତାଉଛନ୍ତି। ଏବେ ପୂର୍ବତନ ମହିଳା ଜଜ୍‌ମାନେ ଭୟରେ ଜୀବନ ଜିଉଁଛନ୍ତି। ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ କୋର୍ଟ​‌ରେ ରାୟ ପ୍ରକାଶ କରିଥିବା ମହିଳା ଜଜ୍‌ ଆଶା ଆଶଙ୍କାରେ ଥିବା ଜଣାପଡ଼ିଛି। ତାଲିବାନ ଶାସନ ଫେରିବା ପରେ ଏବେ ବନ୍ଦୀ ତାଲିବାନୀ ମୁକ୍ତ ହୋଇଛନ୍ତି। ପୂର୍ବରୁ କୌଣସି ମାମାଲରେ ଜେଲ ଯାଇଥିବା ତାଲିବାନ ଆତଙ୍କବାଦୀ ଜେଲରୁ ମୁକୁଳିବା ପରେ ତତ୍କାଳୀନ ଜଜ୍‌ଙ୍କ ପାଇଁ ବିପଦ ବଢ଼ିଛି।

ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣି ଥରେ ଶାସନକୁ ଫେରିଥିବା ତାଲିବାନ ଜେଲ୍‌ରେ ବନ୍ଦୀ ହୋଇଥିବା ନିଜ ସାଥିଙ୍କୁ ମୁକ୍ତ କରିଦେଇଛି। ତତ୍କାଳୀନ ମହିଳା ଜଜଙ୍କ ଅଭିଯୋଗ ଅନୁସାରେ, ଜେରୁ ମୁକୁଳିବା ପରେ ତାଲିବାନ ଆତଙ୍କବାଦୀ ଏବେ ପ୍ରତିଶୋଧ ନେବାକୁ ସେମାନଙ୍କୁ ଖୋଜୁଛନ୍ତି। ଖାମା ପ୍ରେସ୍‌ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ମୁତାବକ, ଜଣେ ପୂର୍ବତନ ମହିଳା ଜଜ୍‌ କହିଛନ୍ତି ଯେ ତାଲିବାନ ଶାସନକୁ ଫେରିବା ପରଠୁ ତାଙ୍କୁ ଅନେକ ଅଜଣା ନମ୍ବରରୁ କଲ୍‌ ଆସୁଛି।

ତାଲିବାନ କାବୁଲ କବଜା କରିବା ପରେ ଅନେକ ମହିଳା ଜଜ୍‌ ଦେଶ ଛାଡ଼ି ଚାଲିଯାଇଛନ୍ତି। ଶହ ଶହ ମହିଳା ଜଜ୍‌ ଏ​‌ବେ ବି ଆଫଗାନିସ୍ତାନରେ ଲୁଚି ରହିଥିବା ଜଣାପଡ଼ିଛି। ସେମାନେ ବିଶେଷ କରି ମହିଳା ହିଂସା ଜନିତ ମାମଲାରେ ଶୁଣାଣି କରିଥିଲେ। ଖାମ ପ୍ରେସ୍‌ ନ୍ୟୁଜ ଏଜେନ୍ସି ଅନୁସାରେ, ଆଫଗାନିସ୍ତାନରେ ଅନ୍ୟ ମହିଳା କର୍ମଚାରୀଙ୍କ ଭଳି ମହିଳା ଜଜ୍‌ମାନେ ମଧ୍ୟ ଘରେ ଅଛନ୍ତି। ସେମାନଙ୍କୁ କାର୍ଯ୍ୟାଳୟ ଯିବା ପାଇଁ ତାଲିବାନ ପକ୍ଷରୁ ଅନୁମତି ମିଳିନାହିଁ।

   Related Posts