Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଫର୍ମ ୧୬ରେ ପରିବର୍ତ୍ତନ : କୋଟି କୋଟି ଚାକିରିଆ ହେବେ ପ୍ରଭାବିତ

17/04/2019 at 5:35 PM

ନୂଆଦିଲ୍ଲୀ ୧୭/୪ : ଯଦି ଆପଣ ମଧ୍ୟ ଚାକିରୀ କରୁଛନ୍ତି ତାହେଲେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ | ଆୟକର ବିଭାଗ ଫର୍ମ ୧୬ରେ ପରିବର୍ତ୍ତନ କରିଛନ୍ତି | ଏହି ପରିବର୍ତ୍ତନର ପ୍ରଭାବ କୋଟି କୋଟି ଚାକିରିଆଙ୍କ ଉପରେ ପଡିବ |ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ କ’ଣ :

US individual income tax return form with pen and calculator


ଆୟକର ବିଭାଗ ଟିଡ଼ିଏସ ପ୍ରମାଣପତ୍ର ଅର୍ଥାତ ଫର୍ମ ୧୬ କୁ ସଂଶୋଧନ କରିଛନ୍ତି | ଫର୍ମ ୧୬ ଆପଣଙ୍କ କମ୍ପାନୀ ତରଫରୁ ଆପଣଙ୍କ ଦିଆଯାଇଥାଏ | କମ୍ପାନୀ ଏହି ଫର୍ମ ଜରିଆରେ ପ୍ରମାଣ ଦେଇଥାଏ ଯେ ଆପଣଙ୍କ ଦରମାରୁ ଯେଉଁ ଟ୍ୟାକ୍ସ କଟାଯାଉଛି ତାହା ଆୟକର ବିଭାଗ ପାଖରେ ଜମା ହେଉଛି | ଏହାଛଡା ଆୟକର ରିଟର୍ନ ଦେବାବେଳେ ଯେଉଁ ଜରୁରୀ ତଥ୍ୟ ଦେବାକୁ ପଡିଥାଏ ସେ ସମ୍ବନ୍ଧୀୟ ସୂଚନା ମଧ୍ୟ ଫର୍ମରେ ରହିଥାଏ | ଜୁନ ମାସ ମଧ୍ୟ ଭାଗ ଆଡକୁ ଏହି ଫର୍ମ ଜାରି କରାଯାଇଥାଏ |


ନୂଆ ନିୟମ ଅନୁଯାୟୀ, ଫର୍ମ ଜାରି କରୁଥିବା ଅଧିକାରୀଙ୍କୁ କର୍ମଚାରୀଙ୍କ ସମ୍ବନ୍ଧୀୟ ଅଧିକ ସୂଚନା ଦେବାକୁ ହେବ | ନୂଆ ଫର୍ମ ୧୬ରେ ଅଲଗା ଅଲଗା ଟ୍ୟାକ୍ସ ଶେଭିଂ ଯୋଜନାରେ କରାଯାଇଥିବା ବିନିଯୋଗ, ତାସହ ଜଡିତ ଟ୍ୟାକ୍ସ, କର୍ମଚାରୀଙ୍କୁ ମିଳୁଥିବା ଅଲଗା ଅଲଗା ପେନସନ ଏବଂ ଅନ୍ୟ ସୂତ୍ରରୁ ହେଉଥିବା ଆମଦାନୀ ମଧ୍ୟ ଏଥିରେ ସାମିଲ ହୋଇଛି |


ଆୟକର ବିଭାଗ ଦ୍ୱାରା ଅଧିସୂଚିତ ସଂଶୋଧନ ଫର୍ମ ମେ ୧୨ ତାରିଖରୁ ଲାଗୁ ହେବ | ଅର୍ଥାତ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକଟ ରିଟର୍ନ ସଂଶୋଧିତ ଫର୍ମ ୧୬କୁ ଆଧାରରେ ଲାଗୁ କରାଯିବ |

   Related Posts