Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଖାଇବାବେଳେ ଜିଭରେ ପଶିଗଲା କଣ୍ଟା ଚାମଚ : ସତ ଜଣା ପଡ଼ିବାରୁ ରାଗି ନିଆଁ ହୋଇଯାଇଥିଲେ ଲୋକେ

23/06/2020 at 10:12 AM

ସୋସିଆଲ୍ ମିଡିଆରେ ଲୋକେ ପ୍ରସିଦ୍ଧ ହେବା ପାଇଁ କ’ଣ ବା ନ କରନ୍ତି। କିଛି ଲୋକ ଥଟ୍ଟା କରିବା ଚକ୍କରରେ କିଛି ଏପରି କରନ୍ତି ଯାହା ଦ୍ବାରା ତାଙ୍କ ନିଜ ଲୋକଙ୍କ ନିଃଶ୍ବାସ ଅଟକି ଯାଇଥାଏ।

ଏପରି ଏକ ଭିଡିଓ ୟୁଟୁବରେ ଅତ୍ୟନ୍ତ ପ୍ରସିଦ୍ଧ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକ ଜିଭରେ କଣ୍ଟା ଚାମଚ ଫସି ଯାଇଛି ଏବଂ ସେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଛି।

ଯେତେବେଳେ ତାଙ୍କ ଭାଇ ଜିଭରେ ଫସିଥିବା କଣ୍ଟା ଚାମଚ ଦେଖିଥିଲେ ତାଙ୍କ ହୋସ୍ ଉଡ଼ି ଯାଇଥିଲା। ସମସ୍ତେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ିଥିଲେ। ଜିଭରୁ କଣ୍ଟା ଚାମଚ କିପରି ବାହାର କରାଯିବ ଏଥିପାଇଁ ସମସ୍ତେ ଡାକ୍ତର ଏବଂ ଆମ୍ବୁଲାନ୍ସକୁ ଡାକିବାକୁ ଲାଗିଥିଲେ।

ଯୁବକ ଜିଭରେ କଣ୍ଟା ଚାମଚ ଫସାଇ ପୂରା ଘରେ ଚିତ୍କାର କରି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ତାଙ୍କ ଭାଇମାନେ ନିଜ ବାପା-ମାଆଙ୍କୁ ଭିଡିଓ କଲ୍ କରି ତାଙ୍କ ଜିଭ ଦେଖାଇଥିବାରୁ ସେମାନେ ଡରି ଯାଇଥିଲେ ଏବଂ ଜିଭରୁ କଣ୍ଟା ଚାମଚ ଧୀ​‌ରେ ଧୀରେ ବାହାର କରିବାକୁ କହିଥିଲେ।

ଏହି ସମୟରେ ଯେତେବେଳେ ସତ ସାମନାକୁ ଆସିଥିଲା ସେତେବେଳେ ଲୋକେ ତାଙ୍କୁ ଭଲ ମନ୍ଦ ଶୁଣାଇଥିଲେ। ପ୍ରକୃତରେ,ଏହା ଏକ ପ୍ରାଙ୍କ୍ ଥିଲା। ଡୋବ୍ରେ ବ୍ରଦର୍ସ ନାମକ ୟୁଟ୍ୟୁବ୍ ପେଜରେ ଯୁବକ ନକଲି ଜିଭରେ ପ୍ରାଙ୍କ୍ କରିଥିଲେ। ସେ ରବରର ନକଲି ଜିଭରେ କଣ୍ଟା ଚାମଚ ପୂରାଇଥିଲେ।

ଜିଭରେ କଣ୍ଟା ଚାମଚ ଫସିଥିବା ଦେଖି ତାଙ୍କ ଭାଇ ସାହାଯ୍ୟ କରିବାକୁ ଦୌଡ଼ିଥିଲେ। କିନ୍ତୁ ସତ ଜଣା ପଡ଼ିବା ପରେ ସମସ୍ତେ ରାଗି ଯାଇଥିଲେ। ୟୁଟ୍ୟୁବରେ ଏହି ଭିଡିଓକୁ ଏବେ ସୁଦ୍ଧା ୩୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ହଜାର ଲୋକ ଏହାକୁ ସେୟାର କରି ସାରିଲେଣି।

   Related Posts