Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ଲାଭଖୋର ମନୋବୃତ୍ତି ଛାଡି ମେଡ଼ିସିନ ଦୋକାନୀ ମାଗଣାରେ ବାଣ୍ଟିଲେ ମାସ୍କ

30/03/2020 at 5:29 PM

ଭଦ୍ରକ ୩୦।୦୩: ମାରାତ୍ମକ କରୋନା ଭାଇରସରୁ ବଞ୍ଚିବା ପାଇଁ ମାସ୍କର ଆବଶ୍ୟକତା ବଢୁଛି । ଏହି ପରିସ୍ଥିତିର ସୁଯୋଗ ନେଇ ଦୋକାନୀ ଏବେ ଚଢା ଦର ରେ ମାସ୍କ ବିକ୍ରି କରୁଛନ୍ତି। ଏମିତି କ୍ଷେତ୍ରରେ ଏବେ କେତେକ ଔଷଧ ଦୋକାନୀ ମାସ୍କ ବିକ୍ରି ନକରି ମାଗଣା ରେ ବଣ୍ଟନ କରୁଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କ୍ୟାମ୍ପସ ଭିତରେ ଥିବା ଔଷଧ ଦୋକାନରେ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କ୍ୟାମ୍ପସ ରେ ଥିବା ଲାଇଫ ଲାଇନ ଔଷଧ ଦୋକାନର ମାଲିକ ତଥା ଓଡିଶା ଡ୍ରଗ୍ସ ଆସୋସିଏସନର ଅର୍ଗାନାଇଜିଙ୍ଗ ସେକ୍ରେଟାରୀ ପ୍ରଦୀପ ସେନାପତି ଏହି ମାସ୍କ ବଣ୍ଟନ କରିଛନ୍ତି। ଜିଲ୍ଲାର ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ମଧ୍ୟ ୧୦ ହଜାର ମାସ୍କ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ପ୍ରଦାନ କରିଛନ୍ତି । ଏହି ଭଳି ଜାତୀୟ ବିପତ୍ତି ବେଳେ ଲାଭଖୋର ମନୋବୃତ୍ତି ଛାଡି ମାଗଣା ରେ ମାସ୍କ ବଣ୍ଟନ ନିଶ୍ଚିତ ଅନ୍ୟ ମାନଙ୍କୁ ଉତ୍ସାହିତ କରିବ  ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଯେମିତି ଲୋକେ କରୋନା ଭାଇରସର ପ୍ରକୋପରୁ ରକ୍ଷା ପାଇଁ ମାସ୍କ, ଗ୍ଲୋଭ୍, ସାନିଟାଇଜର ଓ ହେଣ୍ଡ ଓ୍ଵାସ କଥା ଜାଣିଲେ ଏହି ସବୁ ସାମଗ୍ରୀ କିଣିବା ଆରମ୍ଭ କରି ଦେଲେ। ଏହାର ଚାହିଦା ସଂପ୍ରତି ବଜାରରେ ବଢିବାରେ ଲାଗିଛି। ଯାହାର ଫାଇଦା ଉଠାଉଛନ୍ତି ମୁନାଫାଖୋର ଔଷଧ ବ୍ୟବସାୟୀ।

   Related Posts