Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

୧.୨୭୫ ବିଲିୟନ ଡଲାର ବୃଦ୍ଧି ସହ ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର, ଜମା ପରିମାଣ ଏବେ ୫୧୭.୬୩୭ ବିଲିୟନ ଡଲାର

26/07/2020 at 4:08 PM

ନୂଆଦିଲ୍ଲୀ ୨୬।୦୭: ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୨୭୫ ବିଲିୟନ ଡଲାର ବୃଦ୍ଧି ଘଟିଛି। ଯାହା ଫଳରେ ଜୁଲାଇ ୧୭ ସୁଦ୍ଧା ଭଣ୍ଡାରରେ ଜମା ପରିମାଣ ୫୧୭.୬୩୭ ବିଲିୟନ ଡଲାରର ଉଚ୍ଚସ୍ତରରେ ପହଞ୍ଚିଛି। ଗତ ସପ୍ତାହରେ ଭଣ୍ଡାର ୩.୩୧ ବିଲିୟନ ଆମେରିକୀ ଡଲାର ବୃଦ୍ଧି ସହ ୫୧୬.୩୬୨ ବିଲିୟନ ଆମେରିକୀ ଡଲାରରେ ପହଞ୍ଚିଥିଲା।

ଜୁନ ୫ରେ ଶେଷ ସପ୍ତାହରେ ପ୍ରଥମ ଥର ଭଣ୍ଡାର ଅଧା ଟ୍ରିଲିୟନର ଚିହ୍ନ ଅତିକ୍ରମ କରିଥିଲା। ଏହା ପରେ ଭାରତୀୟ ବିଦେଶ ମୁଦ୍ରା ଭଣ୍ଡାର ୮.୨୨୩ ବିଲିୟନ ବଢି ୫୦୧.୭୦୩ ବିଲିୟନ ପର୍ଯ୍ୟନ୍ତ ପହଞ୍ଚିଥିଲା। ଜୁଲାଇ ୧୭ରେ ସମାପ୍ତ ସପ୍ତାହରେ ବିଦେଶ ମୁଦ୍ରା ଆସ୍ତି(ଏଫସିଏ)ରେ ବୃଦ୍ଧି କାରଣରୁ ଭଣ୍ଡାରର ବୃଦ୍ଧି ଘଟିଥିଲା।

କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ ଏଫସିଏ ସମୀକ୍ଷା କରିଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୨୪୫ ବିଲିୟନ ଡଲାରରୁ ବଢି ୪୭୬.୮୮୦ ବିଲିୟନ ଆମେରିକା ଡଲାର ହୋଇଥିଲା। ତଥ୍ୟ ଅନୁଯାୟୀ ଅଳଙ୍କାର ଭଣ୍ଡାର ୧୩ ମିଲିୟନ ଆମେରିକୀ ଡଲାରରୁ ୪୩.୭୪୩ ବିଲିୟନ ଆମେରିକୀ ଡଲାର ପର୍ଯ୍ୟନ୍ତ ରହିଥିଲା।

   Related Posts