କୂଅ ଭିତରୁ ହାତୀକୁ ଉଦ୍ଧାର କଲାବେଳେ ଫରେଷ୍ଟର ଗୁରୁତର
8/09/2018 at 12:14 PM

କେନ୍ଦୁଝର ୮/୯ : କେନ୍ଦୁଝରରେ ଗାତରେ ପଡିଥିବା ଏକ ବିରାଟକାୟ ବଣୁଆ ଦାନ୍ତ ହାତୀକୁ ଉଦ୍ଧାର ସମୟରେ ଦାନ୍ତ ଆକ୍ରମଣରେ ଫରେଷ୍ଟର ଗୁରୁତର ହୋଇପଡିଛନ୍ତି । କେନ୍ଦୁଝର ବିଜେପି ରେଞ୍ଜ ସିଂପୁର ପଂଚାୟତର ଏକ ବିଲରେ ବୁଲୁଥିବା ବେଳେ ଏକ କୂଅରେ ଦୁଇଟି ହାତୀ ଖସିପିଡିଥିଲେ । ଖବର ପାଇ ବନ ବିଭାଗର କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଂଚିଥିଲେ । ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଆକ୍ରମଣ କରିଥିଲା ହାତୀ | ଗୁରୁତର ଫରେଷ୍ଟର ହେଲେ ଟିକେଶ୍ୱର ମହନ୍ତ | ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ସେହି ଅଂଚଳରେ ୫ ଦିନ ହେଲା ୧୫ଟି ହାତୀ ଆତଙ୍କ ଖେଲାଇଛନ୍ତି |
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021