Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ଆଠଗଡ ତିଗିରିଆ ବନାଞ୍ଚଳରେ ବାଘ ମୃତ୍ୟୁ ଘଟଣା : କାର୍ଯ୍ୟରେ ଅବହେଳା ଯୋଗୁଁ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ନିଲମ୍ବିତ

20/09/2019 at 12:28 PM

ଆଠଗଡ ୨୦।୯: ଆଠଗଡ ବନଖଣ୍ଡ ତିଗିରିଆ ନିଜିଗଡ ସଂରକ୍ଷିତ ଜଙ୍ଗଲରେ ବାଘ ମୃତ୍ୟୁ ଘଟଣାରେ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ନିଜ ମୁଣ୍ଡ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି ବଡବଡିଆ ଅଧିକାରୀ । ତିଗିରିଆ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ କୁମାର ବେହେରାଙ୍କୁ ନିଲମ୍ବିତ କରି ଆଠଗଡ ବନ ବିଭାଗର ଏହି ଅଧିକାରୀମାନେ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତାହା ସହଜରେ ବୁଝାପଡୁନାହିଁ ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଠଗଡ଼ ଜଙ୍ଗଲରେ ବାଘ ଅଛି ବୋଲି ବନବିଭାଗ ଜାଣିପାରିଲା ନାହିଁ କେମିତି। କାହା ନିର୍ଦ୍ଦେଶରେ ବାଘ ମରିବାର ଚାରି ଦିନ ପରେ ଶବକୁ ଆଣି ଏକ ଘର ଭିତରେ ବନ୍ଦ କରି ରଖାଗଲା। ବାଘ ମୃତ୍ୟୁର ରହସ୍ୟ ଏବେ ବି ସନ୍ଦେହ ଘେରରେ ଥିବାବେଳେ ବନବିଭାଗର ବରିଷ୍ଠ ଅଧିକାରୀ ଏ ବାବଦରେ ମୁହଁ ନ ଖୋଲିବା ନିଜର ଅପାରଗତାକୁ ଘୋଡାଇବାକୁ ଅପଚେଷ୍ଟା କରାଯାଉଥିବା ଆଲୋଚନା ହେଉଛି।

   Related Posts