ହାତୀ ଜଗିବାକୁ ଯାଇ ବାରହା ଫାଶରେ ପଡିଲେ ବନ କର୍ମଚାରୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଲୋକେ

Published By : Prameya-News7 Bureau | January 04, 2021 IST

ଢେଙ୍କାନାଳ ୦୪।୦୧:  ବାରହା ଶିକାର ପାଇଁ ଶିକାରୀ ବସିଥିବା ଫାଶରେ ପଡି ଯାଇଛନ୍ତି ବନ କର୍ମଚାରୀ । ଏପରିକି ଫାଶରେ ଚାପି ହୋଇ ସେ ଗୁରୁତାର ଅବସ୍ଥାରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବେଡା ବସଲା ଜଙ୍ଗଲରେ ଏପରି ଅଭାବନୀୟ ଘଟଣା ଘଟିଛି ।

ଗୁରୁତର ବନ କର୍ମଚାରୀ ଜଣଙ୍କ ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା  ଗ୍ରାମର ଛବି ନାରାୟଣ ପାଳ । ସେ ହିନ୍ଦୋଳ ବନାଞ୍ଚଳରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଭାବେ କାମ କରନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଫାସରୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଖଜୁରିଆକଟା  ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।

ଆଜି ଜଙ୍ଗଲକୁ ହାତୀ ଜଗିବାକୁ ଯାଇଥିବା ବେଳେ ବାରହା ଶିକାର ପାଇଁ ଶିକାରୀ ବସିଥିବା ଫାଶରେ ପଡିଯାଇଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.